” ୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ଫାଇନାଲରେ ବିଶ୍ୱଭାରତୀ

ନିମାପଡ଼ା, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)-ନିମାପଡ଼ା ବାରବାଟୀ ମିନି ଷ୍ଟାଡିଅମରେ ନିମାପଡ଼ା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ” ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୟୁ ଆଣ୍ଡ ମି’ ବାଲେଶ୍ୱରର  ଏବଂ ବିଶ୍ୱ ଭାରତୀ କ୍ଲବ କଟକ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା ।   ୟୁ ଆଣ୍ଡ ମି’ ବାଲେଶ୍ୱରରକୁ ୬୪ ରନରେ ହରାଇ  ବିଶ୍ୱଭାରତୀ କ୍ଲବ କଟକ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି ବିଶ୍ୱଭାରତୀ କଟକ ବ୍ୟାଟିଂ କରି  ନିର୍ଦ୍ଧାରିତ ୩0 ଓଭରରେ ସମସ୍ତ ୱ୍ଵିକେଟ ହରାଇ ୧୯୬ ରନ ସଂଗ୍ରହ କରିଥିଲା ।  ଦଳ ପକ୍ଷରୁ ବ୍ୟାଟର ସତ୍ୟନ ଚିରଞ୍ଜିବି ମହାନ୍ତି ୫୨,ଅଙ୍କିତି ଯାଦବ ୪୪ ଓ ସମ୍ବିତୀ ସାହୁ ୪୪ ରନ ସଂଗ୍ରହ କରିଥିଲା । ପ୍ରତିପକ୍ଷ  ୟୁ ଆଣ୍ଡ ମି’ ବାଲେଶ୍ୱରର ବୋଲର ଅନିଲି ନାୟକ ୩ଟି ଏବଂ ସଲମାନ ଅହମ୍ମଦ ୨ଟି ଓ ମୁକେଶ କୁମାର ୨ଟି ୱ୍ଵିକେଟ ଅକ୍ତିଆର କରିଥିଲେ । ଜବାବରେ ଦ୍ଵିତୀୟାର୍ଦ୍ଧରେ  ୟୁ ଆଣ୍ଡ ମି ବ୍ୟାଟିଂକରି କରି ନିର୍ଦ୍ଧାରିତ ୩0 ଓଭରରୁ ୨୪. ୧ ଓଭର ଖେଳି ସମସ୍ତ ୱ୍ଵିକେଟ ହରାଇ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ମୁକେଶ କୁମାର୫୨ ଓ ଶେଖର ମାଝୀ ୩୨ ରନ କରିଥିଲେ  । ପ୍ରତିପକ୍ଷ ବିଶ୍ଵଭାରତୀ ଦଳର ବୋଲର ବିନାୟକ ପ୍ରସାଦ  ୪ ଟି ଏବଂ ଅଙ୍କିତି ଯାଦବ ୨ଟି  ୱ୍ଵିକେଟ ଅକ୍ତିଆର କରିଥିଲେ ।  ବିଶ୍ଵଭାରତୀ ଦଳର  ଖେଳାଳି  ବିନାୟକ ପ୍ରସାଦ ଅଲରାଉଣ୍ଡର୍ସ ପ୍ରଦର୍ଶନ ପାଇଁ  ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥି ଭାବେ ନିମାପଡା ୱାଟକୋ ଜେନେରାଲ ମ୍ୟାନେଜେର ଶଶୀଭୁଷଣ ମହାନ୍ତି , କାଉନସିଲର ରାଜକିଶୋର ସାହୁ,ସମାଜସେବୀ ସମୀର ରଞ୍ଜନ ନାୟକ ଆସୋସିଏସନର ଯୁଗ୍ମ ସମ୍ପାଦକ ସତ୍ୟନ୍ଦ୍ରମୋହନ ମହାନ୍ତି ଏବଂ ଆସୋସିଏସନର କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଯୋଗଦେଇ  ମ୍ୟାନ ଅଫ ଦି ମ୍ୟାଚ  ପୁରସ୍କାରଟିକୁ ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ଅଭିନନ୍ଦନ ପାତ୍ର ଓ ସତ୍ୟନ୍ଦ୍ର ମୋହନ ମହାନ୍ତି । ସ୍କୋରର ଦାୟିତ୍ୱରେ ରହିଥିଲେ ବିଶ୍ୱଜିତୀ ଘଢେଇ ଏବଂ ରୋଶନଜିତି ରାୟ । ଆସନ୍ତା ୧୭ ତାରିଖ ରବିବାର ଦିନ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *