ଆଇରନମ୍ୟାନ ବାବୁନିଙ୍କ ପରଲୋକ, ମୃତୁ୍ୟ ପରେ କଲେ ଚକ୍ଷୁ ଦାନ

ଭୁବନେଶ୍ୱର,୨୭/୦୮/୨୦୨୫ (ଓଡ଼ିଶା ସମାଚାର)- ଓଡିଶାର ଆଇରନମ୍ୟାନ ଭାବେ ପରିଚିତ ସୁପ୍ରତିଷ୍ଠିତ ବଡ଼ିବିଲଡର ଭୁବନେଶ୍ୱର ଉପକଣ୍ଠ ନୂଆ ଗାଁ ଅଧିବାସୀ ସନ୍ତୋଷ କୁମାର ବଡ଼ଜେନା (ବାବୁନି) ଆଜି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୩୮ବର୍ଷ ହୋଇଥିଲା । ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିଥିଲେ ।

ଦୟା ବ୍ରିଜ ନିକଟରେ ଷଣ୍ଢ ସହ ଦୁର୍ଘଟଣା ଘଟି ପ୍ରାଣ ହରାଇଛନ୍ତି । ଏହି ଖବର ପ୍ରଚାର ପରେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅଶୋକ ଚନ୍ଦ୍ର ପଣ୍ଡା, କର୍ପୋରେଟର ଶିବ ବେହେରା, ଜିଲା ପରିଷଦ ସଭ୍ୟ ସୁବାଷ ସୁନ୍ଦରାୟ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆସି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଧି ମୁତାବକ ତାଙ୍କ ଚକ୍ଷୁ ଦାନ କରାଯାଇଥିଲା । ସ୍ୱର୍ଗତ ବାବୁନିଙ୍କୁ ତାଙ୍କ ଗ୍ରାମରେ ଅନ୍ତିମ ସଂସ୍କାର ବେଳେ ସାନ ଭାଇ ଯୁବ ନେତା ଡ଼ ଚିନ୍ମୟନନ୍ଦ ବଡ଼ଜେନା ଓ ପିନାକୀ ବଡ଼ଜେନା ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *