ଛାତ୍ରୀ ନିଖୋଜ ଘଟଣା, ଏସ୍ ପି ଙ୍କ ପ୍ରତିଶ୍ରୁତି ଧୁଆଁ ବାଣ, ନିର୍ଦ୍ଦେଶନାମା ଫାଇଲ ତଳେ!

କଟକ ସଦର,୧୯/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର ଅଞ୍ଚଳରୁ ଜନୈକା ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହେବା ଘଟଣାକୁ ଦୁଇମାସ ବିତିଯାଇଥିଲେ ବି ପୋଲିସ ତାଙ୍କୁ ଉଦ୍ଧାର କରିବ କ’ଣ ତାଙ୍କର ଟେର୍ ବି ପାଇଁ ପାରୁନାହିଁ। ଯେଉଁଥିପାଇଁ କିଶନନଗର ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟି ଯାଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ଛାତ୍ରୀ ଜଣକ ଗତ ଅଗଷ୍ଟ ୨୦ ତାରିଖ ଦିନ ସ୍କୁଲକୁ ଯାଇଁ ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ ଥାନାରେ ପରିବାର ଲୋକେ ଅଭିଯୋଗ କରି ଉଦ୍ଧାର ପାଇଁ ଥାନାକୁ ଦୈ।ଡି ଦୈ।ଡି ନୟାନ୍ତ ହେଉଛନ୍ତି। ଯେଉଁଥିପାଇଁ କିଶନନଗର ତହସିଲରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ପୀଡ଼ିତାଙ୍କ ପରିବାର ଝିଅକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଉପସ୍ଥିତ ଥିବା କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଝିଅକୁ ୭ ଦିନ ମଧ୍ୟରେ ଖୋଜି ଆଣିବାକୁ କିଶନନଗର ପୋଲିସ ଙ୍କୁ ନିର୍ଦେଶ ଦେବା ସହିତ ପୀଡ଼ିତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ଓ ନିର୍ଦେଶନାମା କୁ ୧୧ ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି ରହିଛି। ଏଥିପାଇଁ ପରିବାର ଲୋକେ ଏସ୍ ପି ଙ୍କୁ ଭେଟିବାକୁ ଯାଇଁ ତାଙ୍କର ସାକ୍ଷାତ ନପାଇ ଅତିରିକ୍ତ ଏସ୍ ପି ସାକ୍ଷାତ କରି ଫେରିଥିବା ବେଳେ ଏଥିପାଇଁ ଥାନା ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *