ଦାଦୀ ପ୍ରକାଶମଣୀଙ୍କ ସ୍ମୃତି ଦିବସରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା,୨୫/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ସୁନାଇଲୋରେ ଥିବା ବ୍ରହ୍ମକୁମାରୀ ସେବାକେନ୍ଦ୍ରରେ ଦାଦୀ ପ୍ରକାଶମଣୀଙ୍କ ୧୮ତମ ସ୍ମୃତିଦିବସ ପାଳନ ଉପଲକ୍ଷେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମକୁମାରୀ ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ସ୍ନେହ ଭଉଣୀ, ଆଳି ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ର.କୁ. ସଞ୍ଜୁ, ବ୍ର.କୁମାରୀ ସୁଚିତ୍ରା, ବ୍ର.କୁମାରୀ ସୁମିତ୍ରା, ବ୍ର.କୁମାରୀ ପ୍ରଜ୍ଞା, ବ୍ର.କୁମାରୀ ବିନି, ବ୍ର.କୁମାରୀ କାଂଚନ, ବ୍ର.କୁମାର ରବିନ୍ଦ୍ର, ବ୍ର.କୁମାର ସଂଗ୍ରାମ, ବ୍ର.କୁମାର ସମୀର, ବ୍ର.କୁମାର ଦିବାକର, ବ୍ର.କୁମାର ବିଶ୍ୱରଞ୍ଜନ, ବ୍ରହ୍ମକୁମାର ସ୍ମୃତି ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୯ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏଥିରେ ରକ୍ତଦାନ କରିଥିଲେ ।

Leave a Reply

Your email address will not be published. Required fields are marked *