କେନ୍ଦ୍ରାପଡ଼ା,୨୫/୦୮/୨୦୨୫(ଓଡ଼ିଶା ସମାଚାର)-ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସମାଜସେବା କାର୍ଯ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ଆଉ ଏକ ସୁନ୍ଦର ପଦକ୍ଷେପ ଆଗକୁ ନେଉଛି । ଲଗାତର କିଛି ବର୍ଷ ହେବ ‘ହର ଘର ପୈାଦ୍ଧା’ କାର୍ଯ୍ୟକ୍ରମ ଦ୍ୱାରା ମାଇଁ ଏନସିସି ଆଲୁମନି ଆସୋସିଏସନ ବହୁତ ସୁନାମ ଓ ସଫଳତା ଅର୍ଜ୍ଜନ କରିଛି । ଚଳିତ ବର୍ଷ ୩ଲକ୍ଷରୁ ଉଦ୍ଧ୍ୱର୍ ଗଛ ଲାଗି ପାରିଛି । ପୂର୍ବ ଭଳି ଏବର୍ଷ ମଧ୍ୟ ମାଇଁ ଏନସିସି ଆଲୁମନି ଆସୋସିଏସନ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଛନ୍ତି ।
ଏଥିରେ ଆସୋସିଏସନର ସଦସ୍ୟ ଓ ସଦସ୍ୟାମାନେ ବହୁମାତ୍ରାରେ ଯୋଗଦେଇଥିଲେ । ଏହି ମହତ କାର୍ଯ୍ୟରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଓ ଅନ୍ୟ ପ୍ରାଧ୍ୟାପକ ମାନେ ଯଥା ରମାନାଥ ମହାନ୍ତି, ଅଶୋକ ଦାସ, ରଞ୍ଜିତ ଦାସ ଓ ଏନସିସି ବାଳକ ବିଭାଗର ଏ.ଏନ.ଓ. ଲେଫ୍ଟନାରଜନିକାନ୍ତ ତ୍ରିପାଠୀଙ୍କ ସହ ବରେଣ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଉପସ୍ଥିତ ଥିଲେ । ବର୍ତମାନ ସମୟର ଏନସିସି ଛାତ୍ରଛାତ୍ରୀ ଜୁନିଅର ଅଣ୍ଡର ଅଫିସର ରେସମା ପରୱିନ, ଦିପିକା ଜୋଜ, ସର୍ଜେ ଚିକୁନ ବିଶ୍ୱାଳ, ପ୍ରଜ୍ଞାଶ୍ରୀ ଲେଙ୍କା, ସିନିଅର ଅଣ୍ଡର ଅଫିସର ଜ୍ୟୋତିରଞ୍ଜନ ମଲ୍ଲିକ, ସୁବ୍ରତ କୁମାର କୁଣ୍ଡ, ମାନସ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।
ଏହିପରି ଭାବେ ସମସ୍ତେ ମିଳିତ ଭାବେ କାର୍ଯ୍ୟକ୍ରମଟିକୁ ସଫଳତାର ସହ ସମ୍ପର୍ଣ୍ଣ କରିଥିଲେ । ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଭାଗନେଇଥିବା କୃତି ସଦସ୍ୟ ଓ ସଦସ୍ୟାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଆଗାମୀ ଦିନରେ ଏମିତି ନୂତନ ଜନହିତକାରୀ କାର୍ଯ୍ୟ ଜାରିରହିବ ବୋଲି ଜଣାଇଛନ୍ତି ।
