ଗରଦପୁର, ୧୩/୦୩/୨୦୨୬ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନମଣ୍ଡଳୀ ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ସାତ ବଖରା ଘର ସହ ଘରେ ଥିବା ଧାନ ଚାଉଳ, ଖାଦ୍ୟ ଶସ୍ୟ, ଆସବାବ ପତ୍ର , ସମସ୍ତ ଗୃହସାମଗ୍ରି ଜଳି ପୋଡ଼ି ଭସ୍ମିଭୂତ ହୋଇଛି ।

ଏଭଳି ଦୁଖଃଦ ସମୟରେ ବହୁ ବ୍ୟକ୍ତିବିଶେଷ ତଥା ବିଭିନ୍ନ ସଂଗଠନ ତରଫରୁ ବିପନ୍ନ ପରିବାରଙ୍କ ପ୍ରତି ସହାୟତାର ହାତ ବଢ଼ିଚାଲିଛି । ଏହିଭଳି ଦୁଃଖଦ ସମୟରେ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିରଡିସାଇ ଚାରିଟେବୁଲ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି ଙ୍କ ପରାମର୍ଶରେ ଆଜି ଟ୍ରଷ୍ଟ ତରଫରୁ ବିପନ୍ନ ପରିବାରଙ୍କୁ ଜରିପାଲ, ଶାଢ଼ି , ଧୋତି , ପୋଷାକ .କମ୍ବଳ , ବାସନ କୁସନ ସମେତ ଅନେକ ଅତ୍ୟାବଶ୍ୟକ ସାମଗ୍ରି ବଣ୍ଟନ କରାଯାଇଛି ।
ଟ୍ରଷ୍ଟର ସଦସ୍ୟ ରବିନ୍ଦ୍ର କୁମାର ମହାପାତ୍ର, ସ୍ୱରୂପ ମହାନ୍ତି, ଦେବୀ ପ୍ରସାଦ ମହାନ୍ତି , କମଳ ମହାନ୍ତି , ସଂଯୁକ୍ତା ବିଶ୍ୱାଳ ଓ ସଂଜୟ ରାଉତ ପ୍ରମୁଖ ଏସବୁ ସାମଗ୍ରୀ ବଂଟନ କରିଥିଲେ । ପୂର୍ବରୁ ବିପନ୍ନ ପରିବାରଙ୍କୁ ରନ୍ଧାଖାଦ୍ୟ ମଧ୍ୟ ଦିଆଯାଇଥିଲା । ଶ୍ରୀ ଶ୍ରୀ ଶିରଡିସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ର ଏଭଳି ସେବା କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।
