ମାହାଙ୍ଗାରେ କଟକ ଜିଲ୍ଲାପାଳଙ୍କ ଜନଶୁଣାଣି

ମାହାଙ୍ଗା,୨୫/୦୮/୨୦୨୫ (ଓଡିଶା ସମାଚାର / ଅଭୟ ଜେନା)-କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ଠାରେ କଟକ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି ଶିବିରରେ ମାହାଙ୍ଗା ବ୍ଲକର ୩୭ ଟି ଗ୍ରାମ ପଞ୍ଚାୟତରୁ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଜିଲ୍ଲାପାଳ ଦତ୍ତାତ୍ରୟୋ ଭାଉ ସାହେବ ସିନ୍ଧେ ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣି କରିବା ସହିତ,ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୁତିରଞ୍ଜନ ଦେଓ, ବିଡ଼ିଓ ଶୁଭାଶିଷ ପାଲଟା,ସିଡିଏମଓ  ଅଶୋକ ଦାସ, ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ସୁଶାନ୍ତ ନାୟକ,ଏସଡିପି ବିରଞ୍ଚି ନାରାୟଣ ପତିଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ଅଟକି ରହିଥିବା ପକ୍କାରାସ୍ତା ନିର୍ମାଣ, ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ଯୋଗାଣ,ବେଆଇନି ଅବରୋଧ ଉଛେଦ ଭଳି ବହୁ ସମସ୍ୟା ଉପରେ ନିଷ୍ପତି ନିଆଯାଇଥିଲା ।

କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଆଦିବାସୀ ବସ୍ତିର ମଞ୍ଜୁ ଗୁରୁଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ୧୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ସେହିପରି ଜିଲ୍ଲାପାଳ କୁହୁଣ୍ଡା ଆଦିବାସୀ ବସ୍ତିର ଶାରୀରିକ ଭିନ୍ନକ୍ଷମ ରୁଦ୍ରାକ୍ଷ ଗୁରୁଙ୍କ ପାଇଁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେଇଥିଲେ  ।

  ୧୨୨ ଜଣ ବ୍ୟକ୍ତି ଜିଲ୍ଲାପାଳଙ୍କୁ ସେମାନଙ୍କ ଲିଖିତ ଅଭିଯୋଗ ଦେବା ପରେ ତନ୍ମଧ୍ୟରୁ ଶତାଧିକ ଅଭିଯୋଗର ସ୍ଥାୟୀ ସମାଧାନ କରାଯାଇଥିଲା  ।

Leave a Reply

Your email address will not be published. Required fields are marked *