ଦିନ ଦିି ପହରେ ଗୁଳି ଫୁଟାଇ , ବୋମା ମାଡ଼ କରି ସୁନା ଗହଣା ଦୋକାନ ରୁ ଲୁଟ୍ କଲେ ଡ଼କାୟତ

ଖୋର୍ଦ୍ଧା,୨୪/୦୮/୨୦୨୫ (ଓଡ଼ିଶା ସମାଚାର)- ଦିନ ଦିି ପହରେ ବନ୍ଧୁକ ଓ ବୋମା ଫୁଟାଇ ଏକ ଆଙ୍କାର ଦୋକାନ ଲୁଟ୍ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିଠାରେ ଥିବା ସାଇ ସୋନୁ ଅଳଙ୍କାର ଦୋକାନ ରୁ ରବିବାର ମଧ୍ୟାହ୍ନରେ ଲୁଟେରାମାନେ ବନ୍ଧୁକ ଓ ବୋମା ଫୁଟାଇ ଲୁଟ କରିଛନ୍ତି ।

୪ ଟି ପଲସର ବାଇକ୍‌ରେ ୮ ଜଣ ଦୁର୍ବୃତ୍ତ ଆସି ପିସ୍ତଲ ଓ ବୋମା ଫୁଟାଇ ଅଳଙ୍କାର ଦୋକାନ ର କର୍ମଚାରୀଙ୍କୁ ଭୟଭୀତ କରି ଦୋକାନରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିବା ସୂଚନା ମିଳିଛି। ଏହି ସମୟରେ ଗହଣା ଦୋକାନରେ ଥିବା ନିକଟସ୍ଥ ସରପାରୀ ଗ୍ରାମର ରାଜା ପ୍ରଧାନ ନାମକ ଜଣେ ଯୁବକ ଙ୍କୁ ଲୁଟେରାମାନେ ଗୁଳି ମାଡ଼କରିବାରୁ ସେ ଗୁରୁତର ଆହତ ହୋଇ ଥିବା ଜଣାପଡିଛି।

ଦୋକାନ ବାହାରେ ଏକାଧିକ ବୋମା ଫୁଟାଇ ଲୋକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ହେଲମେଟ ପିନ୍ଧିଥିଲେ ।

ଖବର ପାଇ ଜଙ୍କିଆ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ ଜାରି ରଖିଛନ୍ତି। ଘଟଣା ସ୍ଥଳରୁ ପୋଲିସ ୨ ଟି ଖୋକା ଜବତ କରିଛି । ଦୋକାନରେ କେତେ ଟଙ୍କାର ସୁନା ଅଳଙ୍କାର ଥିଲା ଏବଂ କେତେ ଟଙ୍କାର ସୁନା ଅଳଙ୍କାର ଲୁଟପାଟ ହୋଇଛି , କେତେ ନଗଦ ଟଙ୍କା ଲୁଟ୍ ହୋଇଛି ତାହାର ଆକଳନ କରାଯାଉଛି ।

Leave a Reply

Your email address will not be published. Required fields are marked *