ପୂର୍ବତନ ଅଧ୍ୟକ୍ଷା ଙ୍କ ଘର ଉପରକୁ ବୋମା ମାଡ଼

କଟକ, ୦୬/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) – କଟକ ଜିଲ୍ଲା ସାଲେପୁର ର ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ ଙ୍କ ଜଗତପୁର ଥାନା ଅତୋଡ଼ା ଗ୍ରାମ ସ୍ଥିତ ଘର ଉପରକୁ ବୋମା ମାଡ଼ ହୋଇଛି । ସୂଚନା ଅନୁଯାଇ ଶୁକ୍ରବାର ରାତିରେ ଛଅ ଜଣ ମୁଖା ପିନ୍ଧା ଯୁବକ ବାଇକ ଯୋଗେ ଆସି ତାଙ୍କ ଘର ଉପରକୁ ଓ ତାଙ୍କର ଟ୍ରାକ୍ଟର ଉପର କୁ ବୋମାମାଡ଼ କରିଥିଲେ । ଏଥିରେ ନିକଟରେ ଥିବା ଦୁଇଜଣ ମହିଳା ଆହତ ହୋଇଥିଲେ । ଖବର ପାଇ ଜଗତପୁର ଥାନା ଓ ପାଗା ଫାଣ୍ଡି ପୋଲିସ ପହଁଞ୍ଚି ଘଟଣା ର ତଦନ୍ତ କରୁଛି ।ବୋମା ମାଡ଼ ଘଟଣା ପୂର୍ବ ଶତ୍ରୁତା କାରଣ  ରୁ ଘଟିଛି ବୋଲି କୁହାଯାଉଛି । ପୋଲିସ ଅନୁସନ୍ଧାନ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *