କେନ୍ଦ୍ରାପଡ଼ା, ୨୩/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଇ.କୁ୍ୟ.ଏ.ସି.ର ଚଳିତ ଶିକ୍ଷାବର୍ଷର ପ୍ରଥମ ତୈ୍ରମାସିକ ବୈଠକ ଶନିବାର କଲେଜ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ସଭାପତିତ୍ୱ କରି ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ । ସଂଯୋଜକ ଡ. ଦିପ୍ତୀ ରାୟ ବିଗତ ଶିକ୍ଷାବର୍ଷର ସ୍ଥିରିକୃତ କାର୍ଯ୍ୟପନ୍ଥା ଓ କାର୍ଯ୍ୟନିର୍ବାହ ବିବରଣୀ ଏବଂ ଚଳିତବର୍ଷ ନିମନ୍ତେ ସ୍ଥିରିକୃତ କାର୍ଯ୍ୟପନ୍ଥାର ସମସ୍ତ ବିବରଣୀ ଉପସ୍ଥାପନା କରିଥିଲେ ।
ଏହି ବୈଠକରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା ମହାବିଦ୍ୟାଳୟର ଭିତିଭୂମି, ବିକାଶ ଓ ଶୈକ୍ଷିକ ବାତାବରଣର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରାକ୍ତନ ଇଂରାଜୀ ବିଭାଗ ପ୍ରଫେସର ଦୁର୍ଯେ୍ୟାଧନ ପରିଡା ମହାବିଦ୍ୟାଳୟରେ କିଭଳି ଭାବରେ ମୈøଳିକ ଶ୍ରେଣୀଗୃହର ଆବଶ୍ୟକତା ଏବଂ ନୂତନ ପିଢିର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁଦୃଢ ଶିକ୍ଷା ବ୍ୟବସ୍ଥା ସ୍ଥାପନ କରାଯାଇ ପାରିବ ସେ ସମ୍ପର୍କରେ ଆଭିମୁଖ୍ୟ ରଖିଥିଲେ । ନୂଆ ଶିକ୍ଷାନୀତିର ଆବଶ୍ୟକତା ଓ ତତ୍ ସମ୍ବନ୍ଧୀୟ କାର୍ଯ୍ୟ କରିବା ପାଇଁ କଲେଜର ସମ୍ବଳକୁ କିଭଳି ଭାବରେ ସୁବିନିଯୋଗ କରାଯାଇପାରିବ ସେ ସମ୍ପର୍କରେ ପ୍ରାକ୍ତନ ରାଜନୀତିବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ପ୍ରଦୀପ୍ତ କିଶୋର ଦାଶ ନିଜର ମତପୋଷଣ କରିଥିଲେ ।
ରସାୟନ ବିଜ୍ଞାନ ବିଭାଗର ପ୍ରାପ୍ତନ ପ୍ରାଧ୍ୟାପକ ଡ. ପ୍ରମୋଦ କୁମାର ଦାସ ନାକ୍ ସମ୍ପନ୍ଧୀୟ କର୍ମଶାଳା ତଥା ବିଭିନ୍ନ ଆଲୋଚନାଚକ୍ର ବିଷୟରେ ପ୍ରସ୍ତାବ ଆଗତ କରିଥିଲେ । କଲେଜର ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଅଶୋକ କୁମାର ମିଶ୍ର ଶ୍ରେଣୀ ସୁଚାରୁ ରୂପରେ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ପଦାର୍ଥବିଜ୍ଞାନ ବିଭାଗ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ମହାବିଦ୍ୟାଳୟର ଜମିଜମା ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଥିଲେ । ପ୍ରାଣୀବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଗୈାରପ୍ରସାଦ ଷଡଙ୍ଗୀ ପରୀକ୍ଷା ସୁପରିଚାଳନା, ଗଣିତ ବିଭାଗ ଅଧ୍ୟାପକ ଡ. ହାରାଚାନ୍ଦ ମହାନ୍ତି ସହପାଠ୍ୟ କାର୍ଯ୍ୟକଳାପ ପାଇଁ ଆବଶ୍ୟକ ପାଣ୍ଠି ନିର୍ଦ୍ଧାରଣ, କମ୍ପୁ୍ୟଟର ବିଜ୍ଞାନ ବିଭାଗ ଅଧ୍ୟାପକ ଡ. ଆନନ୍ଦ ଚନ୍ଦ୍ର ନାୟକ କଲେଜ ୱେବସାଇଟ୍ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ ।
ଆଇ.କୁ୍ୟ.ଏ.ସି.ର ସହସଂଯୋଜକ ହିମାଂଶୁଶେଖର ମହାପାତ୍ର ନାକ୍ ମାନ୍ୟତା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଛାତ୍ରୀ ଅର୍ଚ୍ଚିତା ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କ ମୋଳିକ ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମୁଖ୍ୟକିରାଣୀ ଦେବାଶିଷ ପ୍ରସାଦ ସିଂ ଅନୁଷ୍ଠାନର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ । ପରିଶେଷରେ ୟୁ.ଜି.ସି. ସଂଯୋଜକ ଡ. ଦେବେନ୍ଦ୍ର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
