ଭୁବନ,୦୩/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଭାତ କୁମାର ଆଚାର୍ଯ୍ୟ ଶନିବାର ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ଆଚାର୍ଯ୍ୟ ଏହା ପୂର୍ବରୁ ପୁରୀ ଜିଲ୍ଲା କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେମେଷ୍ଟ୍ରୀ ଏଚ୍ ଓ ଡି ଭାବେ କର୍ଯ୍ୟକରୁଥିଲେ ।
ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଭୂୟାଁ,ଅଧ୍ୟାପକ ଅନିଲ କୁମାର ଧୀର ଙ୍କ ସମେତ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର,ସୌମ୍ୟ ରଞ୍ଜନ ଧୀର,ଉତ୍ତମ ନନ୍ଦୀ ପ୍ରମୁଖ ଫୁଲ ତୋଡା ଦେଇ ସ୍ବାଗତ ଜଣାଇଥିଲେ ।
