ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ  ଦିବସ ପାଳିତ

କଟକ, ୨୨/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା): ବିଶ୍ୱହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ଦ୍ୱାରା ପରିଷଦର ୬୧ ତମ ପ୍ରତିଷ୍ଠା ଦିବସ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୨୭ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଦର ଥାନା ନିକଟ ଏଚ.ପି ଗ୍ୟାସ କାର୍ଯ୍ୟାଳୟ ପରିସରରେ ପ୍ରଖଣ୍ଡ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ  ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ବରେଣ୍ୟ ସମ୍ପାଦକ ତଥା ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର  ଶ୍ରୀସନ୍ନ୍ୟାସୀ ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏବେଠୁ ହିନ୍ଦୁମାନେ ନ ଚେତିଲେ ଆଗକୁ ବହୁ ବିପଦର ସମ୍ମୁଖୀନ ହେବାକୁ ପଡିବ ବୋଲି ଚେତାବନୀ ଦେଇଥିଲେ ।

ପ୍ରଖଣ୍ଡ ଉପ ସଭାପତି ନଳିନୀକାନ୍ତ ସେନାପତିଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ରାଜ୍ୟ ସଂଗଠନ ସମ୍ପାଦକ ଶରତ କୁମାର ପ୍ରଧାନ ମୁଖ୍ୟ ବକ୍ତା,କଟକ ସଦର ଥାନା ଅଞ୍ଚଳ ଶାନ୍ତି କମିଟିର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ବ୍ରଜକିଶୋର ନାୟକ,ପ୍ରଖଣ୍ଡ ପାଳକ ବିଶ୍ୱରଂଜନ ଦେବତା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବୀପ୍ରସାଦ ମହାପାତ୍ର, ସତ୍ୟନାରାୟଣ କାଚି,ଜୀ. କୈଳାଶ ରାଓ,ଅମୂଲ୍ୟ କୁମାର ନାୟକ, ମହେନ୍ଦ୍ର ପଟ୍ଟନାୟକ,ଦୁର୍ଗାଚରଣ ନାୟକ ଏବଂ ବାଦଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଶେଷରେ ପ୍ରଖଣ୍ଡ ସମ୍ପାଦକ ତପନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଖଣ୍ଡ ସହ ସମ୍ପାଦକ ଦୀନକୃଷ୍ଣ ମହାନ୍ତି,ନିରଞ୍ଜନ ନାୟକ, ଅଶୋକ କୁମାର ସାହୁ,ଚନ୍ଦନ ବେହେରା,ଚିଣ୍ଟୁ ଦଳେଇ,କପିଲ ଚୌହାନ,ଆୟୁଷ୍ମାନ,ଆକାଶ ସେଠୀ,ତପନ ଦାସ,ସୌମେନ୍ଦ୍ର ପଟ୍ଟନାୟକ,ପ୍ରତାପ ସାହୁ,ମହେନ୍ଦ୍ର କଅଁର,ସୁମନ୍ତ ରାଉତ,କାଶୀନାଥ ଜେନା,କାବେରୀ ବେହେରା,ମିତା ପଟ୍ଟନାୟକ, ପୁନମ ମହାନ୍ତି,ପ୍ରମୋଦ ଓଝା, ପ୍ରସନ୍ନ ପ୍ରଧାନ,ସଂଗ୍ରାମ ମହାନ୍ତି, କାଳିନ୍ଦୀ ଦାସ, ରାମ ମହାନ୍ତି, କାମଦେବ ପାତ୍ର, ସରୋଜ ବେହେରା,ବାଉରୀବନ୍ଧୁ ଜେନା, ସନ୍ତୋଷ ସେନାପତି, ରବିନ୍ଦ୍ରନାଥ ସେନାପତି, ମାନସ ସ୍ୱାଇଁ,ଗୁଡ଼ୁ ବେହେରା,ରାମଚନ୍ଦ୍ର ବେହେରା, ଟୁବୁଲା ପାଣି,ଶିବାଜୀ ବେହେରାଙ୍କ ସହ ପରିଷଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *