କଟକ, ୨୯/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) – କଟକ ଯୋବ୍ରା ଦୂର୍ଗା ପୂଜା କମିଟି ପକ୍ଷରୁ ମା ଦୂର୍ଗାଙ୍କ ନୂତନ ଚାନ୍ଦିମେଢ କୁ ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମପତି ରବିବାର ଫିତା କାଟି ଉଦଘାଟନ କରିଥିଲେ ।

ଚୈ।ଦ୍ଵାର -କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କଟକ ମେୟର ସୁବାସ ସିଂ, ସ୍ଥାନୀୟ ବିଧାୟକ ସୌ୍ଭିକ ବିଶ୍ଵାଳ,ବାରବାଟି କଟକ ବିଧାୟିକା ସୋଫିଆ ଫିର୍ଦୋସ , ପୂର୍ବତନ ବିଧାୟକ ମହମ୍ମଦ ମୋକିମ,ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ କୁମାର ସାହୁ, ପୂର୍ବତନ ପୋଲିସ କମିଶନର ସୈ।ମେନ୍ଦ୍ର ପ୍ରିୟଦର୍ଶୀ, ସ୍ଥାନୀୟ କର୍ପୋରେଟରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଯୋବ୍ରା ଦୂର୍ଗାମନ୍ଦିର ପରିଚାଳନା କମିଟି ସଂପାଦକ ଶ୍ରୀମନ୍ତ ଦାସ ଧନ୍ୟବାଦ ଅର୍ପଣ କରି ଥିଲେ ।

