କଟକ ସଦର,୨୬/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କୌଣସି ସରକାରୀ ଅଧିକାରୀଙ୍କୁ ଏଣିକି ଆସନ୍ତା ଡି଼ସେମ୍ବର ପହିଲାରୁ ଆଉ ଫିଜିକାଲ ବା ବ୍ୟକ୍ତିଗତ ଭାବେ ଅଦାଲତଙ୍କ ‘ ସମନ୍’ ଜାରି କରାନଯାଇ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପଠାଯିବ ବୋଲି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ରୁ ଜଣାପଡିଛି। କୌଣସି ସରକାରୀ ଅଧିକାରୀଙ୍କୁ ତୁରନ୍ତ ହାଜର ହେଵା ପାଇଁ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ ବା ଏଚଆରଏମଏସ ପୋର୍ଟାଲ ଜରିଆରେ ‘ ସମନ୍’ ପଠାଯିବ।
ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ଅଦାଲତ ସେମାନଙ୍କ ସମନ୍ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ପୋର୍ଟାଲ ରେ ଅପଲୋଡ଼ କରିବେ। ଉକ୍ତ ପୋର୍ଟାଲ ରେ ମାମଲାର ବିସ୍ତୃତ ବିବରଣୀ ମଧ୍ୟ ଅପଲୋଡ଼ କରାଯିବ। ଯେଉଁ ସରକାରୀ ଅଧିକାରୀଙ୍କୁ ଏହି ସମନ ପଠାଯିବ ତାଙ୍କ ସଂକ୍ରାନ୍ତରେ ସବିଶେଷ ତଥ୍ୟ ରହିବ। ଏଥିସହିତ କେଉଁ ଦିନ କେଉଁ ସମୟରେ ଅଦାଲତରେ ହାଜର ହେବେ ବା ସମନ ର ଉତ୍ତର ରଖିଵେ ସେ ସମ୍ପର୍କରେ ମଧ୍ୟ ସୂଚନା ରହିବ। ସମନ ର ଏକ ଡିଜିଟାଲ ନକଲ ପୋର୍ଟାଲରେ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯିବ। ଏଥିସହିତ ସମ୍ପୃକ୍ତ ଅଧିକାରୀଙ୍କ ଇ-ମେଲ୍ ଆଇଡି ଏଵଂ ମୋବାଇଲ ଫୋନ୍ ନମ୍ବରକୁ ମଧ୍ୟ ଏହି ସମନ ସଂକ୍ରାନ୍ତରେ ଅବଗତ କରାଯିବ। ପଠାଯାଇଥିବା ‘ସମନ୍’ର ଷ୍ଟାଟସ୍ କଣ ରହିଛି ତାହା ନିର୍ଦ୍ଧାରିତ ବ୍ୟବଧାନରେ ଯାଞ୍ଚ କରାଯିବା ସହିତ ଉକ୍ତ ସମନ୍ ର ଆଇନଗତ ବୈଧତା ରହିବ।
