ଡାକ୍ତର ପ୍ରଭୁପଦ ମହାନ୍ତିଙ୍କ ୧୭ ତମ ଶ୍ରଦ୍ଧାଞ୍ଜଳି ସମାରୋହ

ମାହାଙ୍ଗା ୨୨/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ସୁନାମଧନ୍ୟ ଚିକିତ୍ସକ, ବିଶିଷ୍ଟ ଶିକ୍ଷାବିତ,ଡାକ୍ତର ପ୍ରଭୁପଦ ମହାନ୍ତିଙ୍କ ସ୍ମୁତିରେ ୧୭ ତମ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସମାଜ ପାଇଁ ଡାକ୍ତର ମହାନ୍ତିଙ୍କ ସେବା ଓ ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । କୋଠପଦା ବଜାର ଠାରୁ କୁହୁଣ୍ଡା ପଞ୍ଚାୟତ ପର୍ଯ୍ୟନ୍ତ ଏକ ପଟୁଆରରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ଶୁଭେଛୁ ମାନେ ପହଂଚିବା ପରେ, ସେଠାରେ ନିର୍ମିତ ଡାକ୍ତର ମହାନ୍ତିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା ।

 ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ଡକ୍ଟର ନିଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

 ସାହିତ୍ୟିକ ଅଖିଳେଶ ମହାନ୍ତି, ଇଞ୍ଜିନିଅର ନିରଞ୍ଜନ ରାଉତ, ଅଧ୍ୟାପିକା ୟୋତିର୍ମୟୀ ମହାନ୍ତି,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ଶିଖିଳେଶ ମହାନ୍ତି,ରବୀନ୍ଦ୍ର ପୃଷ୍ଟି, ଗଣେଶ ବିହାରୀ,ଦେବପଦ ମହାନ୍ତି, ଦୁର୍ଗା ମାଧବ ମହାନ୍ତି, ମମତା ମହାନ୍ତି,ଶ୍ରଦ୍ଧାଞ୍ଜଳି ମହାନ୍ତି, ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।

ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ସୃଷ୍ଟିଶିଖା ମହାନ୍ତି, ଇଞ୍ଜିନିୟର ଗୌରବ ମହାନ୍ତି, ଇଞ୍ଜିନିୟର ଅଙ୍କିତ ଅନୁରାଗ ମହାନ୍ତି,ନୈବିଦ୍ୟ ନିର୍ଝର ମହାନ୍ତି, ପ୍ରତାପ ମହାନ୍ତି,ଶ୍ରୁତି ସୁଲଗ୍ନା ମହାନ୍ତି,ପରମାନନ୍ଦ ମହାନ୍ତି, ଭାଗ୍ୟଧର ମହାନ୍ତି, ସୁଜୟ ବେହେରା, କାର୍ତ୍ତିକ ବିହାରୀ, ସୁବାସ ରାଉତ, ରମାକାନ୍ତ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

 କୁହୁଣ୍ଡାବାସୀଙ୍କ ପାଇଁ ନୂତନ ଗ୍ରାମ ପଞ୍ଚାୟତ ଗଠନ ସହିତ ସ୍ଥାନୀୟ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, କୃଷି ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ପ୍ରଭୁପଦ ମହାନ୍ତିଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ଶ୍ରଦ୍ଧାଞ୍ଜଳି ଉତ୍ସବରେ ଯୋଗଦେଇଥିବା ବ୍ୟକ୍ତିମାନେ ମତପୋଷଣ କରିଥିଲେ ।

Leave a Reply

Your email address will not be published. Required fields are marked *