ପ୍ରହରାଜପୁର: କିଡନୀ ପୀଡ଼ିତ ଯୁବକଙ୍କୁ ଭେଟି ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା

କଟକ ସଦର,୨୬/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ପୋଖରୀହୁଡା ଗ୍ରାମର କିଡନୀ ରୋଗରେ ଆକ୍ରାନ୍ତ ଯୁବକ ସଲମାନ୍ ଙ୍କୁ ଭେଟି ଦୃତ ଆରୋଗ୍ୟ କାମନା କରିବା ସହିତ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା। ତାଙ୍କ ସହିତ ସଦର ବ୍ଲକର ପୂର୍ବତନ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ବ୍ଲକ ବିଜେଡ଼ି ଉପ ସଭାପତି ଅଶୋକ ବେହେରା ଯାଇଥିବାବେଳେ ପୂର୍ବତନ ସରପଂଚ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ  ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଜାହାଙ୍ଗୀର ଅଲ୍ଲୀ, ପୂର୍ବତନ ସମିତି ସଭ୍ୟ ସୋମନାଥ ସାହୁ, ବିଜୁ ଯୁବ ଜନତାଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ରୁସ୍ତମ ମହମ୍ମଦ ପ୍ରମୁଖ ବହୁ ଚନ୍ଦ୍ର ସାରଥି ପ୍ରେମୀ ଏଥିରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *