କେନ୍ଦ୍ରାପଡ଼ା,୨୨/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଂଚାୟତ ସଭାଗୃହରେ ବରିଷ୍ଠ ନାଗରିକ ସଂଗଠନର ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ସଦସ୍ୟମାନଙ୍କର ଗୁରୁବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ବ୍ରଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ ସଂଯୋଜକ ଭାବେ ଯୋଗଦେଇ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ ।
ଏହି ଅବସରରେ କାର୍ଯ୍ୟକାରୀ କମିଟିର କର୍ମକର୍ତା ଚୟନ କରାଯାଇ ସର୍ବସମ୍ମତି କ୍ରମେ ପ୍ରତାପ କୁମାର ନାୟକ ସଭାପତି, କ୍ଷୀରୋଦ କୁମାର ପଣ୍ଡା ଉପସଭାପତି, ନିହାରରଞ୍ଜନ ସ୍ୱାଇଁ ସମ୍ପାଦକ, ନାରାୟଣ ପଣ୍ଡା ସହ-ସମ୍ପାଦକ, କୁମୁଦରଞ୍ଜନ ରାଉତ କୋଷାଧ୍ୟକ୍ଷ, ରବୀନ୍ଦ୍ର ପ୍ରସାଦ ଜେନା ପତ୍ରିକା ସମ୍ପାଦକ ଓ ବାବାଜୀ ଚରଣ ବାରିକଙ୍କୁ ଗଣମାଧ୍ୟମ ସମ୍ପାଦକ ଭାବେ ଚୟନ କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫକୀର ଚରଣ ଓଝା, ବନମାଳୀ ପାତ୍ର, ସୁବୁଦ୍ଧି ଚରଣ ସାହୁ, ନାରାୟଣ ଜେନା, କରୁଣାକର ପରିଡା, କ୍ଷୀରୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
