ବରିଷ୍ଠ ତବଲା ବାଦକ ସହଦେବ ବେହେରାଙ୍କ ପରଲୋକ

କଟକ, ୨୬/୧୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ଓଡ଼ିଶାର ବରିଷ୍ଠ ତବଲା ବାଦକ ସହଦେବ ବେହେରାଙ୍କ ୭୨ ବର୍ଷ ବୟସରେ ତାଙ୍କ କଟକ ନୂଆପଡା ବାଲିସାହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ବେହେରା ଆକାଶବାଣୀର ବି-ହାଇ ଗ୍ରେଡ୍‌ର ତବଲା ବାଦକ ଥିଲେ। ସେ ବହୁତ କ୍ୟାସେଟ୍‌ରେ ତାଙ୍କର ତବଲା ବାଦନର ଛିଟା ଛାଡିଯାଇଛନ୍ତି। ସଂଗୀତ ସୁଧାକର ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଚିତ୍ତ ଜେନାଙ୍କଠୁ ସଂଗୀତ ନିର୍ଦ୍ଦେଶକ ବିଜୁ ସ୍ୱାଇଁ; ଏ ସମସ୍ତ କଳାକାରମାନଙ୍କ ସାଙ୍ଗରେ ମଞ୍ଚରେ ତଥା ରେକର୍ଡ ରେ ତବଲା ବାଦନ କରି ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଓଡିଆ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *