ପାର୍ବଣ ସମୟ ରେ କଣ କଣ ଉପରେ କଟକଣା ରହିବ . . . ଯାଣନ୍ତୁ

       ଗଣେଶ ପୂଜା ଠାରୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ।

କଟକ,୨୧/୦୮/୨୦୨୫ (ଓଡ଼ିଶା ସମାଚାର)-  ପାର୍ବଣ ଲାଗି ସାଜସଜ୍ଜା ହେବ, କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ସମ୍ପୂର୍ଣ କଟକଣା ରହିବ।  କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ମାନ୍ୟବର ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି। ପୂଜାରେ ୬୫ ଡେସିବଲ ଅଧିକ ଶବ୍ଦ ଯେପରି ଉତ୍ପନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି । କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ ଏବଂ ରାସ୍ତା ଉପରେ ତୋରଣ ନିର୍ମାଣ ଲାଗି ମନା କରାଯାଇଥିବା ବେଳେ ଇଲେକ୍ଟ୍ରିକ ଗେଟ ନିର୍ମାଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ପୂଜା ଲାଗି ଗେଟ ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିବ। ଯାହା ଉପରେ ତୁରନ୍ତ ନିଷ୍ପତ୍ତି ନେଇ, ଆସନ୍ତା ରବିବାର ହେବାକୁ ଥିବା ଦଶହରା ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳ ଏନେଇ ସମସ୍ତ ପୂଜା କମିଟି ମାନଙ୍କୁ ଅବଗତ କରାଇବେ ବୋଲି ଆଜି ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଗଣେଶ ପୂଜା ଠାରୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ। ଏହା ବାଦ ପ୍ରତି ପୂଜା ମଣ୍ଡପ ଅନୁମତି ପତ୍ର ନେବା ଆଗରୁ ମଣ୍ଡପର ଅଗ୍ନି ନିରାପତ୍ତା, ବିଦ୍ୟୁତ ନିରାପତ୍ତା ଏବଂ ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା କଟକଣା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାର ତଦାରଖ କରିବା ଲାଗି କଟକ ଡିସିପିଙ୍କୁ ଆଜି ନିର୍ଦେଶ ହୋଇଛି।

ଗୁରୁବାର ଜଷ୍ଟିସ ମାନ୍ୟବର ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ମାନ୍ୟବର  ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପାର୍ବଣ ସମୟରେ ଉପୁଜୁଥିବା ସମସ୍ୟାକୁ ଆଖି ଆଗରେ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତୋରଣଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲାପାଳ ପଦକ୍ଷେପ ନେବାକୁ କୁହାଯାଇଛି। ଏପରିକି ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ସିଂଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ହେବ । ଅନ୍ୟପକ୍ଷେ ଲେଜର ଲାଇଟକୁ କୋର୍ଟ ବାରଣ କରିଛନ୍ତି । ତୋରଣ ନିମାଣ ପୂର୍ବରୁ ପୂଜା କମିଟିଙ୍କଠାରୁ ତୋରଣର ଡ୍ରୟିଂ ମାଗିବାକୁ କୋର୍ଟ କଟକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୂଜା କମିଟି ପ୍ରସ୍ତୁତି ବୈଠକରେ ଏହି ସବୁ କଥା ଉପସ୍ଥାପିତ କରିବେ ବୋଲି ହାଇକୋର୍ଟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ପୂଜାରେ ଶବ୍ଦ ପ୍ରଦୂଷଣ ନେଇ କୋର୍ଟ  ଚିନ୍ତାପ୍ରକଟ କରିଛନ୍ତି ।

ଶବ୍ଦ ପ୍ରଦୂଷଣକୁ ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପାର୍ବଣ ଆସୁଥିବା ହେତୁ ସହର ରାସ୍ତାଘାଟର ସମସ୍ୟା ନେଇ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ପାର୍ବଣ ସମୟରେ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ଓ୍ବାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି । ପାର୍ବଣ ସମୟରେ ବିଷାକ୍ତ ଖାଦ୍ୟ ବିକ୍ରି ଉପରେ ନଜର ରଖିବାକୁ ସିଏମସିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯୋର ଜବରଦସ୍ତ ପୂଜା ଚାନ୍ଦାକୁ ଆଦୟ ଦିଗରେ ଜିରୋ ଟଲେରାନ୍ସ ନୀତି ଆପଣାଇବା ପାଇଁ କୋର୍ଟ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *