ପଂଚାୟତିରାଜ ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ ଓ ସମୀକ୍ଷା

କେନ୍ଦ୍ରାପଡ଼ା,୨୧/୦୮/୨୦୨୫(ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ବୁଧକାର କେନ୍ଦ୍ରାପଡ଼ା ଗସ୍ତ କରିଥିଲେ । ସ୍ଥାନୀୟ ସର୍କିଟ ହାଉସରେ ସନ୍ଧ୍ୟାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ପାନୀୟ ଜଳ ପ୍ରକଳ୍ପ, ଗ୍ରାମ୍ୟ ଗୃହ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା, ସ୍ୱଚ୍ଛ ଭାରତ ମିଶନ ବ୍ୟତୀତ ଲେବର କାର୍ଡ, ଜବ୍ କାର୍ଡ, ପାନୀୟ ଜଳ ଯୋଗାଣକୁ ସୁଗମ କରିବା, ମେଗା ପ୍ରକଳ୍ପ ଇତ୍ୟାଦି ଯୋଜନାରେ ଚାଲିଥିବା କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ ।

ଗ୍ରାମ୍ୟ ଉନ୍ନୟନ ରାସ୍ତା ସ୍ଥିତି ସହିତ ସମାଜର ଗରିବ ସହିତ ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାର ସୁଫଳ ପାଇବେ ସେଥିପ୍ରତି ଅଧିକାରୀମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଜିଲାପାଳ ରଘୁରାମ ଆର ଆୟାର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ଓ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ଇଂଜିନିୟର, ବିଭାଗର ଅଧିକାରୀ, ଜିଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *