ମାହାଙ୍ଗା,୨୧/୦୮/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟର ପ୍ରତି ବ୍ଲକରେ କଂଗ୍ରେସର ସଭାପତି ଚୟନ ପାଇଁ ବୈଠକ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷିରେ ମାହାଙ୍ଗା ବ୍ଲକ କଂଗ୍ରେସର ସଭାପତି ଚୟନ ଓ ସାଂଗଠନିକ ବୈଠକ ଯୁବନେତା ସେକ ମସୁଦ ଅଲିଙ୍କ ନେତୃତ୍ୱରେ କଟକ ଜିଲା ସଂଯୋଜକ ପ୍ରଦୀପ୍ତ କୁମାର ଦାସଙ୍କ ସଂଯୋଜନାରେ ବାପୁଜୀ ଭବନ ଖନ୍ଦୋଳ ଠାରେ ଅନୁଷ୍ଠିତ ହୋଇଯାଇଛି ।
କଟକ ଜିଲା ପର୍ଯ୍ୟବେକ୍ଷକ ଆଇନଜିବୀ ହିମାଂଶୁ ଶେଖର ଲେଙ୍କା, ପ୍ରଦେଶ କଂଗ୍ରେସ ମୁଖପାତ୍ର ଦେବାଶିଷ ଭୂୟାଁ,କଟକ ଜିଲା ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ପ୍ରତାପ ମଲ୍ଲିକ ଓ ପ୍ରଫେସର କାର୍ତିକ ଚନ୍ଦ୍ର ବରାଳ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ କଂଗ୍ରେସ ସଂଗଠନ କିପରି ମଜବୁତ କରାଯାଇ ପାରିବ ସେ ସମ୍ପର୍କରେ ପର୍ଯ୍ୟବେକ୍ଷକ ଓ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ସଭାପତି ଚୟନ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀଙ୍କ ସହିତ ଜିଲା ପର୍ଯ୍ୟବେକ୍ଷକ ହିମାଂଶୁ ଲେଙ୍କା ପ୍ରମୁଖ ଆଲୋଚନା କରି କେତେକ ଯୋଗ୍ୟ ସଂଗଠକମାନଙ୍କର ନାମ ତାଲିକା କରି ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନେଇଥିଲେ । ବୈଠକରେ ପଣ୍ଡିତ ପ୍ରଭାତ କର, ଅରକ୍ଷିତ ପ୍ରଧାନ, ଆଇନଜୀବୀ ଦୀପକ ମହାନ୍ତି, ସଂଗ୍ରାମ ସାମଲ, ଯୁବ ସଂଗଠକ ସୋ÷କତ ଅଲି, ଗଣେଶ୍ୱର ସ୍ୱାଇଁ, ଦୀପକ ନାୟକ, ରବି ନାରାୟଣ ସାହୁ, ନଳିନୀକାନ୍ତ ନାୟକ, କ୍ଷୀରୋଦ ସାହୁ, ସେକ ଜାବୀର, ସେକ କଲ୍ଲିମୁଲ୍ଲା ଆଜାଦଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତା ଯୋଗଦେଇଥିଲେ ।
