ଯାଜପୁର ୨୦/୦୮/୨୦୨୫ (ଓଡ଼ିଶା ସମାଚାର)–ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ବିଂଝାରପୁର ପଞ୍ଚାୟତ ସମିତି ପ୍ରଶିକ୍ଷଣ ଗୃହ ରେ ପ୍ରାଧିକରଣ ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅତିଥି ଆଲୋଚକ ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ ହିମାଂଶୁ ସାମଲ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଅତିଥି ଆଲୋଚକ ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିବିଧ କଲ୍ୟାଣକାରୀ ଯୋଜନା ,ତାର ଉପଭୋକ୍ତା ଚୟନ ପ୍ରକ୍ରିୟା,ଏହାକୁ କ୍ରିୟାଶୀଳ କରିବାର ବ୍ୟବସ୍ଥା,ସଂଶୟ ବା ଅଭିଯୋଗ ଉପୁଜିଲେ ତାର ସମାଧାନର ସୂତ୍ର ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏଦିଗରେ ତ୍ରିସ୍ତରୀୟ ପଞ୍ଚାୟତି ରାଜ ଅନୁଷ୍ଠାନ ର ଦାୟିତ୍ଵ ସମ୍ବନ୍ଧ ରେ ମଧ୍ୟ ଅବଗତ କରାଇଥିଲେ ।
ବ୍ଲକ୍ ର ଉପାଧ୍ୟକ୍ଷ ସେକ୍ ଇଦ୍ରିସ୍ ସ୍ଵାଗତ ଭାଷଣ ଦେଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ପୃଷ୍ଟି ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଚେତନତା ସଭାରେ ଏସ୍ ଏଚ୍ ଜି ଗ୍ରୁପ୍ ,ଏମ୍ ବି କେ ,ଅଙ୍ଗନବାଡି ର କର୍ମକର୍ତ୍ତା ସଦସ୍ୟା ସହ ,ବ୍ଲକ୍ କର୍ମଚାରୀ ଏବଂ ପଞ୍ଚାୟତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ପଞ୍ଚାୟତ ସମିତି କର୍ମଚାରୀ ମାନେ ସହଯୋଗ କରିଥିଲେ।
