କଟକ ସଦର, ୨୪/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ତଥା କଲରାଵାଙ୍କ ଫାଣ୍ଡି ଅନ୍ତର୍ଗତ ମାଣପୁର ପଞ୍ଚାୟତ ଗଡମା ଵଜାର ନିକଟସ୍ଥ ଶିଉଳି ଗ୍ରାମର ରଜତ କୁମାର ପ୍ରଧାନ ଙ୍କ ଘରେ ଗତ ରବିବାର ରାତିରେ ପଶି ଜୀବନରୁ ପରିବାର ଲୋକଙ୍କୁ ମାରିଦେବା କୁ ଉଦ୍ୟମ କରିଥିବା ତିନିଜଣ ଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଲୋକେ ଧରି ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ଅନ୍ୟ ଦୁଇଜଣ କୈ।ଶଳ କ୍ରମେ ଖସିଯାଇଥିଲେ।
ପୋଲିସ ତିନି ଅଭିଯୁକ୍ତଙ୍କ ନାଁ ରେ ୧୪୯/ ୨୦୨୫ ରେ ମାମଲା ରୁଜୁ କରିଥିବା ବେଳେ ଧରାପଡ଼ି ଅଟକ ଥିବା ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଗିଲୁଣ୍ଡି ଗ୍ରାମର ଅନିଲ ପ୍ରଧାନ ଙ୍କୁ ଆଜି ମଙ୍ଗଳବାର ଦିନ ଗିରଫ କରି ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତ ଙ୍କ ନାଁ ରେ ଦଫା ୧୨୭(୧),୧୧୫(୨),୩୩୩,୩୫୧(୨),୭୪,୩(୫) ଲଗାଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ପାଞ୍ଚ ବର୍ଷ ତଳେ ଏରସମା ଥାନା କାନକୁଳି ରେ ଵିଵାହ କରିଥିବା ରଜତ ପ୍ରଧାନ ଙ୍କ ଭାଣିଜୀ ମନୋମାଳିନ୍ୟ ଯୋଗୁଁ ଶାଶୁ ଘରୁ ଆସି ମାମୁଁ ଘର ଶିଉଳିରେ ରହୁଥିଲେ। ଏଥିପାଇଁ ଭାଣିଜୀ ଜ୍ୱ।ଇଁ ଅବିନାଶ ପ୍ରଧାନ ସବୁ ସମୟରେ ଶିଉଳି ଆସି ଭଡାଟିଆ ଗୁଣ୍ଡା ମାନଙ୍କ ଦ୍ବାରା ହଙ୍ଗାମା କରିଥିବା ଅଭିଯୋଗ ହୋଇଆସୁଥିଲା। ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କଲରାଵାଙ୍କ ଫାଣ୍ଡି ଅଧିକାରୀ ତଥା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ନାଥ ସାହୁ କହିଛନ୍ତି।
