ମାହାଙ୍ଗା, ୨୦/୦୮/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ସନାତନ ମହାପାତ୍ର ଓ କାହ୍ନୁ ଚରଣ ମହାପାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ଜଣେ ସଫଳ ଚାଷୀ, ଗ୍ରାମ ମୁରବୀ ତଥା ଧର୍ମପ୍ରାଣ ବ୍ୟକ୍ତି ଭାବେ ବଡଭାଇ ସନାତନ ମହାପାତ୍ର ସମସ୍ତଙ୍କର ପ୍ରିୟପାତ୍ର ଥିବାବେଳେ,ସାନଭାଇ କାହ୍ନୁ ଚରଣ ମହାପାତ୍ର ଗ୍ରାମରେ ତାରିଣୀ ମା ଙ୍କ ମନ୍ଦିର ତୋଳି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିପାରିଥିଲେ । ମାତ୍ର ୪ ଦିନ ବ୍ୟବଧାନରେ ଏହି ୨ ଭାଇଙ୍କ ଆକସ୍ମିକ ବିୟୋଗ ଘଟିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ହଂସଦିଆ ଗ୍ରାମରେ ଏହି ଦିବଂଗତ ଭ୍ରାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପହଂଚିଥିଲେ ।
କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସନାତନ ଏବଂ କାହ୍ନୁ ଚରଣଙ୍କ ଭଳି ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ତଥା ଆଧ୍ୟାତ୍ମିକ ପୁରୁଷଙ୍କ ପାଇଁ ହଂସଦିଆ ଗ୍ରାମବାସୀ ଗର୍ବିତ ବୋଲି ସାହିତ୍ୟିକ ପ୍ରଶାନ୍ତ କୁମାର କର ମତବ୍ୟକ୍ତ କରିଥିଲେ ।
ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜୟ ମହାପାତ୍ର,ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ବୈରାଗୀ ମିଶ୍ର ସ୍ମୁତି କମିଟି ସଭାପତି ଉପେନ୍ଦ୍ର ନାଥ ରଣା,ପର୍ଶୁରାମ ସାହୁ,ଅଜୟ ମହାପାତ୍ର, ମହେଶ୍ୱର ମହାପାତ୍ର, ମହେଶ୍ୱର ରାଉତ, ଅରବିନ୍ଦ ପଣ୍ଡା, ସର୍ବେଶ୍ୱର କରଣ, ବଟକୃଷ୍ଣ ଦାଶ, ବିଜୟ ସିହ୍ନା, ଅଲେଖ ସ୍ୱାଇଁ, ସରୋଜ ପରିଡା, ଅରୁଣ ନାଥ, ସଂଗ୍ରାମ ସାମଲ, ଅରୁଣ ଲେଙ୍କା, ରବୀନ୍ଦ୍ର ଲେଙ୍କା, ପରେଶ ବଳବନ୍ତରାୟ, ମନୋରଞ୍ଜନ ଲେଙ୍କା, ପଞ୍ଚାନନ ପଣ୍ଡା, ବସନ୍ତ ପଣ୍ଡା, ମନୋରଞ୍ଜନ ବେହୁରା, ଜୟଦେବ ମହାନ୍ତି, ସଂଜୀବ ପଣ୍ଡା, ନାରାୟଣ କର, ସୁବାସ କର,ଅମିତାଭ ପଣ୍ଡା, ଅଶୋକ ଦାଶ, ଦିଲୀପ କର ପ୍ରମୁଖ ସ୍ବର୍ଗତ ଉଭୟଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।
ବିବେକାନନ୍ଦ ମହାପାତ୍ର, ଦିଲୀପ କୁମାର ମହାପାତ୍ର, ସପନେଶ୍ୱର ମହାପାତ୍ର, ବଟକୃଷ୍ଣ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
