ବଲାଙ୍ଗିର,୧୯/୦୮/୨୦୨୫(ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲାରେ ଆସନ୍ତା ମାସ ୧୩ ତାରିଖରେ ୩ୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଆସନ୍ତା ସେପ୍ଟମ୍ବର ମାସ ୧୩ ତାରିଖ ଶନିବାର ବଲାଙ୍ଗିର, ପାଟଣାଗତ, ଟିଟିଲାଗଡ, କଂଟାବାଂଜି, ଲୋଇସିଂହା, ସଇଁତଳା, ମୁରିବାହାଲ, ବେଙ୍ଗାମୁଣ୍ଡା ଏବଂ ତୁଷୁରା ଅଦାଲତ ପରିସରରେ ଓ ଜିଲାର ସମସ୍ତ ରାଜସ୍ୱ ବିଭାଗ ତଥା ରାଷ୍ଟ୍ରାୟତ ବ୍ୟାଙ୍କ, ଜିଲା ଶ୍ରମ ବିଭାଗ ମାନଙ୍କର ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି ।
ଏଥିରେ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଧମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତି ପୁରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଧମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ ।
ଏହାସହ ପ୍ରାକ୍ ମକଦ୍ଧମାସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ, ବ୍ୟାଙ୍କ ରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଧମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଧମା ବିବାଦର ସମାଧାନ ପାଇଁ କୌଣସି ଆର୍ଥôକ ଖର୍ଚ୍ଚ କରିବାକୁ ପଡେ ନାହିଁ ।
ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଧମାର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ । ଏ ସଂକ୍ରାନ୍ତରେ ବିଶେଷ ବିବରଣୀ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଓ ତାଲୁକ ଆଇନ ସେବା କମିଟି ପାଟଣାଗଡ, ଟିଟିଲାଗଡ଼, କଂଟାବାଂଜି, ଲୋଇସିଂହା, ସଇଁତଳା ,ମୁରିବାହାଲ, ବେଙ୍ଗାମୁଣ୍ଡା,ତୁଷୁରା ଏବଂ ଅନ୍ୟ ଉପରୋକ୍ତ ବିଭାଗ ମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଉଅଛି ।
