ପ୍ୟାରିସ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନସିପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଟଲର ଭଗିନୀ ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା

ଭୁବନେଶ୍ୱର,୧୯/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶାର ପ୍ରଥମ ଭଗିନୀ ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ଅଗଷ୍ଟ ୨୫ରୁ ୩୧ ତାରିଖ ମଧ୍ୟରେ ପ୍ୟାରିସ ଠାରେ ହେବାକୁ ଥିବା ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନସିପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରିଛନ୍ତି ।

ଏହି ଭେଟରେ ମୁଖ୍ୟମନ୍ତ୍ରୀ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି । ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ଭାରତର ପ୍ରଥମ ଭଗିନୀ ଯୋଡ଼ି ଭାବେ ମହିଳା ଡବଲ୍ସରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଏହା ସହିତ ସେମାନେ ଓଡ଼ିଶାରୁ ଆସିଥିବା ପ୍ରଥମ ମହିଳା ବ୍ୟାଡମିଂଟନ ଯୋଡ଼ି ଭାବେ ଏକ ଗୌରବମୟ ମୁହୂର୍ତ । ସୋସିଆଲ ମିଡିଆରେ ଏହି ଖବର ପ୍ରଶଂସା ସାଉଁଟୁଛି, ଏବଂ ଓଡ଼ିଶାବାସୀ ଏହି ଯୋଡ଼ିଙ୍କୁ ସମର୍ଥନ ଓ ଶୁଭକାମନା ଜଣାଉଛନ୍ତି ।

Leave a Reply

Your email address will not be published. Required fields are marked *