ପବିତ୍ର ମକର ସଂକ୍ରାନ୍ତି ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି

ଘଟଗାଁ,୧୪/୦୧/୨୦୨୬(ଓଡିଶା ସମାଚାର/ଚନ୍ଦ୍ରଶେଖର ସାହୁ)- ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାରାହାଟିପୁରା ନୀଳକଣ୍ଠେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭାରି ଗହଳି ପରିଲକ୍ଷିତ ହୋଇଥିଲା।

ପ୍ରଭାତରୁ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ବାବା ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ପାଇଁ ପାହାଡ଼ ଚଢ଼ି ମନ୍ଦିର ପରିସରରେ ପହଞ୍ଚିଥିଲେ। ମକର ସଂକ୍ରାନ୍ତି ଉପଲକ୍ଷେ ବାବାଙ୍କୁ ପାରମ୍ପରିକ ଶାବରୀ ମତରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ ଯଥାବିଧି ସମ୍ପନ୍ନ ହୋଇଥିଲା।

ଏଥି ସହିତ ମନ୍ଦିର ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବିତରଣ କରାଯାଇଥିଲା।

ସନ୍ଧ୍ୟାବେଳେ ଆୟୋଜିତ ଭଜନ ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଜାଲ ଓ ତାଙ୍କ ସାଥିମାନେ ଭକ୍ତିମୟ ଭଜନ ପରିବେଷଣ କରି ପରିବେଶକୁ ଆଧ୍ୟାତ୍ମିକ ରୂପ ଦେଇଥିଲେ।

ମକର ସଂକ୍ରାନ୍ତି ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିର ପରିସର ସମ୍ପୂର୍ଣ୍ଣ ଭକ୍ତିମୟ ଓ ଉତ୍ସବ ମୁଖର ହୋଇ ଉଠିଥିଲା ।

Leave a Reply

Your email address will not be published. Required fields are marked *