ପୌର୍ଣ୍ଣମାସୀ ଦୂର୍ଗାଙ୍କ ପବିତ୍ର ମୃତିକା ଉତୋଳନ

କେନ୍ଦ୍ରାପଡ଼ା,୧୭/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆହାଟସ୍ଥିତ ଦୂର୍ଗାଦେବୀଙ୍କ ପବିତ୍ର ମୃତିକା ଉତୋଳନ ପାରମ୍ପାରିକ ରୀତିନୀତି ଅନୁସାରେ କୃର୍ଷ୍ଣ ଜନ୍ମାଷ୍ଟମୀ ତିଥି ନିର୍ଦ୍ଧାରିତ ସମୟରେ ବୈଦିକ ପୂଜାପାଠ ପୂର୍ବକ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଉଦ୍ୟୋକ୍ତା ବିଶିଷ୍ଟ ସମାଜସେବୀ ବାସ୍ତୁବୀତ ଜ୍ୟୋତିର୍ବିଦ ପଣ୍ଡିତ ଡ. ନାରାୟଣ ପତିଙ୍କ ଉଦ୍ୟମ ଓ ଭାଗବତପୁର ଗ୍ରାମପଂଚାୟତ (ବାଲିଆ) ଅଂଚଳର ଭକ୍ତମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ପୁରୋଧା ମାନଗୋବିନ୍ଦ ମିଶ୍ରଙ୍କ ସମେତ ତିନିଜଣ ପୁରୋହିତ ଏବଂ ଦ୍ୱିପକ କୁମାର ସାହୁ, ଅକ୍ଷୟ କୁମାର ରାଉଳ, ମଳୟ କୁମାର ରାଉତ, ନବଉତ୍କଳ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଭେରି, ତୂରୀ ଘଂଟ,ଘଂଟା, ବାଦ୍ୟ, ହରିବୋଲ ,ହୁଳହୁଳି ଓ ଶଙ୍ଖ ନାଦର ପଟୁଆର ଶୋଭାଯାତ୍ରାରେ ପବିତ୍ର ମୃତିକା ଶ୍ରୀ ଶ୍ରୀ ଲୋକନାଥ ମହାଦେବଙ୍କ ମନ୍ଦିରକୁ ଅଣାଯାଇ ଥିଲା । ସମସ୍ତ କାର୍ଯ୍ୟକୁ ଶ୍ରୀ ଦୂର୍ଗା ପୂଜା କମିଟି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *