ୱାଡି (WADI) ଯୋଜନାରେ ପାଞ୍ଚ ଶହ ପରିବାର ଉପକୃତ

କନ୍ଧମାଳ ୧୭/୦୮/୨୦୨୫ (ଓଡ଼ିଶା ସମାଚାର)-  କନ୍ଧମାଳ ଜିଲ୍ଲା ଅଧୀନ କ ନୂଆଗାଁ ବ୍ଳକ ର ପାଞ୍ଚ ଗୋଟି ପଂଚାୟତ ଯଥା : ଆଦିମହ, ମହାସିଂହ, ସାଇନ୍ନପଡା, କଂଜାମେଣ୍ଡି, ଶୀର୍ତିଗୁଡା ପଂଚାୟତର ପାଞ୍ଚଶହ ପରିବାରକୁ ସରକାରଙ୍କ ୱାଡି (WADI) ଯୋଜନାରେ ସାମିଲ କରାଯାଇଛି । ଏଥି ପାଇଁ ନାବାର୍ଡ ଆର୍ଥିକ ସହାୟତା ଯୋଗାଇଦେଇଥିବା ବେଳେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶାନ୍ତିମୈତ୍ରୀ ଏହି ପ୍ରକଳ୍ପ ଗୁଡିକୁ କାର୍ୟ୍ୟକାରୀ କରି ଏହାକୁ ଲୋକାଭିମୁଖୀ କରିଛି ।

 ଏହି ଯୋଜନାରେ ପାଞ୍ଚ ଶହ ଏକର ଜମିରେ ପାଞ୍ଚ ଶହ ପରିବାରକୁ ବାମନ ଜାତୀୟ ଆମ୍ବ, ଲିଚି, କାଜୁ, ପରିବାର ପ୍ରତୀ ୭୭ ଟି ଚାରା ଗଛ ଯୋଗାଇ ଦିଆଯାଇଛି । ଗଛ ଗୁଡିକର ରକ୍ଷଣା ବେକ୍ଷଣ ଦାଇତ୍ୱ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି  । ଏଥିରୁ ଯେଉଁ ଫଳ ଉତ୍ପାଦିତ ହେବ , ସେଗୁଡିକୁ ବଜାରରେ ଉଚିତ ମୂଲ୍ୟରେ ବିକ୍ରି କରାଯିବ ଓ ଏହାର ଫାଇଦା ହିତାଧିକାରୀ ଙ୍କୁ ମିଳିବ ।

ତାହା ହିତାଧିକାରୀ ଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଶାନ୍ତି ମୈତ୍ରୀ ର ନିର୍ଦେଶକ ଭଗବାନ ଜେନା ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ସରକାରଙ୍କ ତରଫରୁ ବିଭିନ୍ନ ଜନ ହିତକାରୀ ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସାମିଲ କରାଯାଇ ସେମାନଙ୍କ ଆର୍ଥିକ ବିକାଶ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *