ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ର ଥିଲା ମୁଖ୍ୟ ଭୂମିକା

ବରିଷ୍ଠ ଅଧିବକ୍ତା ମନୋଜ ମିଶ୍ରଙ୍କ ସମ୍ବର୍ଦ୍ଧନା ସମାରୋହ
ଭୁବନେଶ୍ୱର,୦୨/୦୫/୨୦୨୫ (ଓଡ଼ିଶା ସମାଚାର)- ‘ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି’ ସହ ସହବନ୍ଧିତ କର୍ମଚାରୀ ସଂଗଠନ ଓ ‘ମିଡ଼ିଆ ଫେଡେରେସନ୍ ଅଫ୍ ଓଡ଼ିଶା’, ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀକ ଶ୍ରମିକ ଦିବସ ଓ ବରିଷ୍ଠ ଅଧିବକ୍ତା ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ର ନବ ନିର୍ବାଚିତ ସଭାପତି ମନୋଜ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯିବା ଅବକାଶରେ ଏକ ସମ୍ବର୍ଦ୍ଧନା ସଭା ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ, ୟୁନିଟ୍-୫, ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ର ସଭାପତି ମନୋଜ ମିଶ୍ର ବହୁ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ଓ ଓଡ଼ିଶାର ବିଭିନ୍ନ କର୍ମଚାରୀ ସଂଗଠନ ତରଫରୁ ଏହି ମହାନ୍ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବାରୁ ଏହା ଏକ ଐତିହାସିକ ପରମ୍ପରାର ଏକ ମାର୍ଗଦର୍ଶନ ମାତ୍ର ।

ଅନ୍ୟତମ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ସର୍ବଶ୍ରୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, ପତ୍ରକାର ସତ୍ୟପ୍ରକାଶ ନାୟକ, ଆଇନଜୀବୀ ଲଳିତ ମୋହନ ନନ୍ଦ ଓ ନଗେନ୍ଦ୍ର ମହାନ୍ତି ପ୍ରମୁଖ ଶ୍ରୀଯୁକ୍ତ ମିଶ୍ରଙ୍କର ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ସେମାନେ ବକ୍ତବ୍ୟ ରଖିଥିଲେ ଯେ ମନୋଜ ମିଶ୍ର ଖୁବ୍ କମ୍ ବ୍ୟବଧାନରେ ବିଶେଷକରି ଗରିବ କର୍ମଚାରୀମାନଙ୍କୁ ସେବାଦାନ କରିବା ପରିପ୍ରେକ୍ଷୀରେ ସେମାନଙ୍କୁ ଥଇଥାନ କରିବା ଓ ନିଜସ୍ୱ ଆଇନଜୀବୀ ଶୈଳୀରେ କୋର୍ଟରେ ବହୁ ଯୁକ୍ତିଯୁକ୍ତ ଆଇନ୍ ପରିବେଷଣ କରିବା ସେ ଥିଲା ତାଙ୍କର ଏକ ଆଇନଜୀବୀ ଦକ୍ଷତାର ପରିପ୍ରକାଶ ।

ଯେଉଁଥିପାଇଁ ଆଜି ଓଡ଼ିଶାର ବିଭିନ୍ନ ସଙ୍ଗଠନ ତରଫରୁ ଶ୍ରୀଯୁକ୍ତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଗେଇ ଆସିଛନ୍ତି । ଶ୍ରୀ ମିଶ୍ରଙ୍କୁ ଓଡ଼ିଶାର ବିଭିନ୍ନ କର୍ମଚାରୀ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯିବା ଏହା ବହୁଗୁଣିତ ଭାବର ସୁଚିନ୍ତିତ ପଦକ୍ଷେପକୁ ସାଙ୍ଗଠନିକ ବ୍ୟବସ୍ଥାର ଏକ ଉତମ ଚିନ୍ତାଧାରା କହିଲେ ଅତୁ୍ୟକ୍ତି ହେବନାହିଁ ।

ସମ୍ବର୍ଦ୍ଧନା ସଭାରେ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଅଭିଭାଷଣ ରଖିଥିଲେ ଯେ ମନୋଜ ବାବୁ ଜଣେ ସୁଦକ୍ଷ ସନ୍ତାନ । ଅସହାୟ, ନିରାଶୟ, ଅକ୍ଷମ ବ୍ୟକ୍ତିବିଶେଷଙ୍କୁ ତଥା ସର୍ବୋପରି ସରକାରଙ୍କ ଦ୍ୱାରା ଲାନଛିତ ହେଉଥିବା ଦୀନ ଦରିଦ୍ର ଅସ୍ଥାୟୀ କର୍ମଚାରୀମାନଙ୍କୁ ଶ୍ରୀ ମିଶ୍ର କୋର୍ଟରେ ଅକାଟ୍ୟ ଯୁକ୍ତିକରି ସେମାନଙ୍କୁ ଦାନା ଦେଇ ବଂଚାଇଥିବା ଏହା ହେଉଛି ତାଙ୍କର ଅନ୍ୟତମ ଚିନ୍ତାଧାରା ବିକଳ୍ପ ବ୍ୟବସ୍ଥାର ଆଇନ୍ ଅଭିଜ୍ଞତାର ପରିଚୟ ।

ସମ୍ବର୍ଦ୍ଧିତ ସେହି ମହାନ୍ ବରିଷ୍ଠ ଅଧିବକ୍ତା ତାଙ୍କ ସମ୍ଭାଷଣରେ କହିଥିଲେ ଯେ, ସରକାର ଯେଉଁ ଦୀନ, ଦରିଦ୍ର, ଅସ୍ଥାୟୀ କର୍ମଚାରୀମାନଙ୍କୁ ଅଣଦେଖା କରି ଛଟେଇର ଶିକାର କରୁଥିଲେ ସେମାନେ ଆଜି ସ୍ଥାୟୀ ନିଯୁକ୍ତିରେ ଅବସ୍ଥାପିତ ଓ ସେମାନଙ୍କୁ ସରକାର ଅବସରକାଳୀନ ଭତା ଓ ପେନସନ୍ ଦେବାରେ ଅସମର୍ଥ ହୋଇଥିବାରୁ ସେମାନେ କିପରି ନ୍ୟାୟ ପାଇବେ, ସେଥିପାଇଁ ମୁଁ ସଦା ତତ୍ପର । ଉକ୍ତ ସମ୍ବର୍ଦ୍ଧନା ସଭାରେ ବହୁ ବିଶିଷ୍ଟ ଶିକ୍ଷାବିତ୍, କର୍ମଚାରୀ ନେତା ମତବ୍ୟକ୍ତ କରିଥିବା ବେଳେ ଅନ୍ୟତମ କର୍ମଚାରୀ ନେତା ଗଗନ ଭଞ୍ଜ ସ୍ୱାଗତ ଭାଷଣ ଦେଇଥିଲେ । ଆଶିଷ ନନ୍ଦ ବିବରଣୀ ପାଠ କରିଥିଲେ, ଗଙ୍ଗାଧର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *