କେନ୍ଦ୍ରାପଡ଼ା,୧୭/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଅର୍ବାନ କୋଅପରେଟିଭ ବ୍ୟାଙ୍କର କଜଳାସ୍ଥିତ ମୁଖ୍ୟକାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ବରିଷ୍ଠ ନିର୍ଦ୍ଧେଶକ ମହେନ୍ଦ୍ର କୁମାର ପରିଡ଼ା ଜାତୀୟ ପତାକା ଉତୋଳନ କରିଥିଲେ । ବ୍ୟାଙ୍କର ସିଇଓ ଭାଗ୍ୟ ଲକ୍ଷ୍ମୀ ପଣ୍ଡା ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ବ୍ୟାଙ୍କ କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁ ବ୍ୟାଙ୍କ ଆଜି ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ଶ୍ରେଷ୍ଠ ପୁରସ୍କାର ପାଇପାରିଛି । ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ବ୍ୟାଙ୍କ ଆଜି ଦୃତ ଗତିରେ ଆଗେଇଚାଲିଛି । ଆଗାମୀ ଦିନରେ ଗୁରୁପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଏହି ବ୍ୟାଙ୍କ ଆହୁରୀ ଆଗକୁ ମାଡି ଚାଲିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଧେଶକ ପ୍ରଫୁଲ୍ଲ କୁମାର ସାହୁ, ଶିଦ୍ଧାର୍ଥ ଶଙ୍କର ଜେନା, ବିଧୁଡଭୂଷଣ ମହାପାତ୍ର, ପ୍ରଫେସର ନନ୍ଦକିଶୋର ପରିଡା, ବ୍ୟାଙ୍କର ବରିଷ୍ଠ ଅଧିକାରୀ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ଭଞ୍ଜକିଶୋର ଜେନା, ହିମାଂଶୁ ଲେଙ୍କା, ଆଦିତ୍ୟ ଶତପଥୀ, ଲଲାଟେନ୍ଦୁକେଶରୀ ଦାସ, ମୀନାକ୍ଷୀ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
