କେନ୍ଦ୍ରାପଡ଼ା,୧୭/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ମନକରପୁର ଠାରେ ୭୯ତମ ସ୍ୱାଧୀନତା ଦିବସ ଜିଲା ସଭାପତି ଶରତ କୁମାର ବେହୁରାଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେହୁରା ପତାକା ଉତୋଳନ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ ।
ଏଥିରେ ଜିଲା ସଂଗଠନର କାର୍ଯ୍ୟକାରୀ ସଭାପତି ଗାଲେଖ ଚନ୍ଦ୍ର ପଢିଆରୀ, ଯୁବ ସଂଗଠକ ସୁଧାଂଶୁ ଶେଖର ବେଉରା, ଉପସଭାପତି ଡ. ଚୈତନ୍ୟ ଚରଣ ପରିଡା, କେନ୍ଦ୍ରାପଡ଼ା ବ୍ଲକ ସଭାପତି ପୀତବାସ ବେଉରା, କଳ୍ପନା ପରିଡା, ଆଦ୍ୟସା ପରିଡା, ଚିତରଞ୍ଜନ ବଳ, ତରୁଣ ରଞ୍ଜନ ପ୍ରଧାନ, ମଧୁସୂଦନ ରାଉତ, ତ୍ରୈଲୋକ୍ୟ ପରିଡା, ସୁମନୁ ସ୍ୱାଇଁ, ଆକାଶ ପ୍ରଧାନ, ରାଜେନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପତାକା ଉତୋଳନ ପରେ କେନ୍ଦ୍ରାପଡ଼ା ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରାଯାଇଥିଲା ।
