ଜନାର୍ଦ୍ଦନପୁର ଶ୍ରୀ ଶ୍ରୀ ରାଧାମାଧବ ଙ୍କ ପୀଠ ରେ ନନ୍ଦୋତ୍ସବ ପାଳନ

ନିଶ୍ଚିନ୍ତକୋଇଲି, ୧୭/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) – ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ପୁର ଶ୍ରୀ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଛି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଦେବକୀ ଙ୍କ ଅଷ୍ଟମ ଗର୍ଭରେ ଜନ୍ମିତ ଭଗବାନ ଶ୍ରୀକୃଷ୍ଣ ଙ୍କୁ ରାଜା ବସୁଦେବ ଗୋପ ପୁର ରେ ନନ୍ଦରାଜା ଓ ରାଣୀ ଯଶୋଦା ଙ୍କ କୋଳରେ ଅର୍ପଣ କରିଥିଲେ ।

ଏହି ପୌରାଣିକ ବିଷୟ ଆଧାରରେ ସର୍ବତ୍ର ପାଳିତ ହେଉଛି ନନ୍ଦୋତ୍ସବ । ଭଗବାନ କୃଷ୍ଣ ଙ୍କୁ ପୁତ୍ର ସନ୍ତାନଭାବେ ପାଇ ଆନନ୍ଦ ଉଲ୍ଲାସ ରେ ନନ୍ଦ ରାଜା ଓ ଯଶୋଦା ରାଣୀ ରାଜ୍ୟରେ ପାଳନ କରିଥିଲେ ନନ୍ଦୋତ୍ସବ । ଏହି ଆଧାରରେ ପୁରପଲ୍ଲୀ ରେ ପାଳିତ ହେଉଛି ଏହି ପର୍ବ । ଜନାର୍ଦ୍ଦନପୁର ସ୍ଥିତ ଅମୃତମଣି ମଠ ଓ ରାଧା ମାଧବ ମନ୍ଦିର ମହନ୍ତ ବିପ୍ର ଚରଣ ଦାସ ଙ୍କ ତତ୍ୱାବଧାନ ତଥା ଗ୍ରାମବାସୀଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଛି ନନ୍ଦୋତ୍ସବ ।

ନନ୍ଦ, ଯଶୋଦା, କୃଷ୍ଣ, ବଳରାମ, କଂସ ରାଜା ଆଦି ବେଶରେ ସଜ୍ଜିତ ହୋଇ ପିଲାମାନେ ଗ୍ରାମ ପରିକ୍ରମା କରିଥିଲେ । ପରେ ମନ୍ଦିର ପ୍ରାଙ୍ଗଣରେ ଦଧିହାଣ୍ଡି ଭଙ୍ଗ କରାଯାଇଥିଲା । ଏହି ଉପଲକ୍ଷେ ଭଜନ ମଣ୍ଡଳୀ ଦ୍ୱାରା ଭଜନ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା ।  ସେହିପରି ସ୍ଥାନୀୟ ଗିରି ଗୋବର୍ଦ୍ଧନ ମନ୍ଦିର ରେ ମଧ୍ୟ ନନ୍ଦୋତ୍ସବ ପାଳନ କରାଯାଇଥିଲା  ।

Leave a Reply

Your email address will not be published. Required fields are marked *