ଜିଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ : ମମତାମୟୀ ଅତିରିକ୍ତ ଯୁଗ୍ମସମ୍ପାଦକ ନିର୍ବାଚିତ

କେନ୍ଦ୍ରାପଡା,୩୧/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରପଡା ଜିଲା ଓକିଲ ସଂଘ ନିର୍ବଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମମତାମୟୀ ସାମଲ ଅତିରିକ୍ତ ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୨୦୨୩ ମସିହା ଜିଲା ଓକିଲ ସଂଘ ନିର୍ବାଚନରେ ମଧ୍ୟ ଶ୍ରୀମତୀ ସାମଲ କାର୍ଯ୍ୟକାରୀ କମିଟି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ ।

ସେ ଏକାଧାରରେ ଜଣେ ସମାଜସେବୀ, ରାଜନୀତିଜ୍ଞ, କ୍ରୀଡାବିତ ତଥା ଆଇନଜୀବୀ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରୀମତୀ ସାମଲ ବିନା ପାରିଶ୍ରମିକରେ ସମାଜର ନିର୍ଯ୍ୟାତିତ, ନଷ୍ପେସିତ, ଗରିବ ଲୋକମାନଙ୍କୁ ଆଇନସେବା ଯୋଗାଇ ଦେଇଥାନ୍ତି । ସେ ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏକାନ୍ତ ଅନୁଗତ ଅଟନ୍ତି ।

Leave a Reply

Your email address will not be published. Required fields are marked *