ଜୟ ଯାଦବ, ଜୟ ମାଧବ ନାରାରେ ଜୁନାଗଡ଼ ସହର ପ୍ରକମ୍ପିତ
ଜୁନାଗଡ଼, ୧୭/୦୮/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ଼ ସହରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵକୁ ନେଇ ଏକ ବିଶାଳ ରାଲି ର ଅୟୋଜନ କରାଯାଇଥିଲା। ଜୁନାଗଡ଼ ନନ୍ଦୋତ୍ସଵ ପାଳନ କମିଟି ପକ୍ଷରୁ ହଜାର ହଜାର ପୁରୁଷ ମହିଳା, ଯୁବକ, ଛାତ୍ର ସଂକୀର୍ତ୍ତନ, ଡିଜେ ବାଦ୍ୟର ତାଳେ ତାଳେ ଜୟ ଶ୍ରୀକୃଷ୍ଣ, ଜୟ ଯାଦବ,ଜୟ ମାଧବ ନାରାଦେଇ, ସହରର ରାଜ ରାସ୍ତାରେ ଏକ ବିଶାଳ ରାଲି କରିଥିଲେ। ସ୍ଥାନୀୟ କନକ ଦୁର୍ଗା ମନ୍ଦିର ନିକଟରୁ ରାଲି ଆରମ୍ଭ କରାଯାଇ ଲଙ୍କେଶ୍ୱରୀ ମନ୍ଦିର ଦେଇ ଟାଉନହଲ ପର୍ଯ୍ୟନ୍ତ ଯାଇଥିଲା।
ଯାଦବ ସମାଜର ହଜାର ହଜାର ଆବାଳ ବୃଦ୍ଧ ବନିତା ଉତ୍ସାହର ସହ ସ୍ୱତ ପ୍ରବୃତ୍ତ ଭାବରେ ଏହି ରାଲି ରେ ସାମିଲ ହୋଇଥିଲେ।ଏହି ସଂଖ୍ୟା ବହୁଳ ଜାତି ନିଜର ସ୍ଥିତି ଓ ପରାକାଷ୍ଠା ଜାହିର ପାଇଁ ଏକତ୍ରିତ ହୋଇ ନନ୍ଦୋତ୍ସଵ ମାଧ୍ୟମରେ ନିଜର ସଂଖ୍ୟା ବହୁଳତା ପ୍ରତିପାଦିତ କରିବା ଉଦ୍ୟମ ମଧ୍ୟ ବୋଲି, ରାଲି ସମୟରେ ଲୋକେ ଆଲୋଚନା କରୁଥିଲେ। ଏହି ବିଶାଳ ରାଲି ଯୋଗୁଁ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା।
ଏହି ରାଲି ସମୟରେ ବରିଷ୍ଠ ଯାଦବ ନେତୃତ୍ୱ ଅରୂପା ନାଗ, ଗୌର ବାଗ, କୁମାର ଭାଟି, ଦେବରାଜ ଗହୀର, ଭାଜପା ଜିଲ୍ଲା ସଭାପତି ଯୁଗଳ ପୋଢ଼, ନଳିନୀ ରାଉତ, ପରମେଶ୍ବର ମୋଟେଲ,ଜିଲ୍ଲା ପରିଷଦ ସଭ୍ୟା ସଂଗୀତ ଖରସେଲ, ଅନ୍ତ ବାଗ, ଚୈତନ ହଂସ, ଯୁବ ଯାଦବ ପକ୍ଷରୁ ପୁଣ୍ୟବ୍ରତ ନିଆଲ, ସୁରେଶ ବାଗ, ଟିଆ ଯାଦବ, ହାଡୁ ଯାଦବ, ବୁଢ଼ାରଜା ଭଣ୍ଡାରଘରିଆ,ଭୋଳା ଯାଦବ, ଜଶ୍ମୀର ଯାଦବ, ରାହୁଳ ଯାଦବ,ପ୍ରମୁଖଙ୍କ ସହିତ ହଜାର ହଜାର ଯାଦବ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଯାଦବ ସଙ୍ଗଠନକୁ ବ୍ୟାପକ ଭାବେ ସୁଦୃଢ଼ କରି, ଯଦୁପତି ଶ୍ରୀକୃଷ୍ଣଙ୍କ ବାର୍ତ୍ତାକୁ ସମଗ୍ର ମାନବ ସମାଜକୁ ପହଞ୍ଚାଇବାକୁ ମତପ୍ରକାଶ ପାଇଥିଲା।
