କେନ୍ଦ୍ରାପଡ଼ା, ୧୬/୦୮/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆ ବସଷ୍ଟାଣ୍ଡଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା ।
ପରେ ଦେଶାତ୍ମବୋଧକ ଆଧାରିତ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅପରାହ୍ନରେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଜିଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, ଜିଲାପାଳ ରଘୁରାମ ଆର ଆୟାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ,ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ,ବିଡିଓ,ତହସିଲଦାର,କର୍ମଚାରୀ ଏବଂ ସମସ୍ତ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ ।
