ଅପରେସନ ସିନ୍ଦୂରର ସଫଳତା  ଓ ଆତଙ୍କବାଦ ବିରୁଦ୍ଧରେ  ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା,୨୩/୦୫/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )ଅପରେସନ ସିନ୍ଦୂରର ସଫଳତାରେ  ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ  ଦେବା  ଓ ଆତଙ୍କବାଦ ବିରୁଦ୍ଧରେ  ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି  ରଘୁନାଥପଲ୍ଲୀ  ନିର୍ମଳ ମୁଣ୍ଡା ମଣ୍ତଳ ସଭାନେତ୍ରୀ ରଞ୍ଜିତା କିସପୋଟାଙ୍କ  ନେତୃତ୍ୱରେ  ବିଜେପି ତରଫରୁ ତ୍ରିରଙ୍ଗା ପଦଯାତ୍ରା ତିଲକା ନଗରରୁ  ଆରମ୍ଭ ହୋଇ  ଶୀତଳ ନଗର  ଠାରେ ପହଞ୍ଚି ଥିଲା ।

ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏଠାରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଇ ଆତଙ୍କବାଦ ବିରୁଦ୍ଧରେ ଆମର ବୀର ପରାକ୍ରମୀ ସେନା କରିଥିବା ଅପରେସନ ସିନ୍ଦୂର ର ସଫଳତାକୁ  ସତ ସତ ନମନ କରିଥିଲେ  । କାଶ୍ମୀରର ପହଲଗାମରେ  ଆତଙ୍କବାଦୀମାନେ ଧର୍ମ କଣ ବୋଲି  ପଚାରି ଗୁଳିକରି ପୁରୁଷଙ୍କୁ ହତ୍ୟା କରିଥିବାରୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଏବଂ ଭାରତୀୟ ବୀର ପରାକ୍ରମୀ ସେନା ଉପଯୁକ୍ତ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ  ମଣ୍ଡଳ ସାଧାରଣ ସମ୍ପାଦକ ନିରଞ୍ଜନ ପଟେଲ ଓ ସବିତା ସିଂ, ମଣ୍ଡଳ ଉପସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ଶିଲା ପାତ୍ର ଓ ସଂଗ୍ରାମ ପ୍ରଧାନ, ମଣ୍ଡଳ ସମ୍ପାଦକ ମଞ୍ଜିତା ଟପୋ,ଓ ଯାହୁରା ଟିଗା,  ମଣ୍ଡଳ ଯୁବା ମୋର୍ଚ୍ଚା ସଭାପତି  ଗୋପାଳ ଚୌଧୁରୀ, କେଶବ ଶେଠ୍, ବିନୋଦ ସିଂ , ବର୍ଖା କୌର, ବିକାଶ ସାହୁ , କବିରାଜ ସାହୁ, ସନ୍ତୋଷ ଜେନା, ରୁବିନା ବାରିକ,ଜୟନ୍ତୀ ମେହେର, ରାଜେନ୍ଦ୍ରୀ ପ୍ରଧାନ, ସୁବାସ ସିଂ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *