ଭୁବନ,୧୬/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ସାମ୍ବାଦିକ ସଂଘ ର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ୍ ସାହୁ (୪୫) ଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି ।
ସାମ୍ବାଦିକ ଶ୍ରୀଯୁକ୍ତ ସାହୁ ଙ୍କ ବିୟୋଗରେ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସାମ୍ବାଦିକ ଦେବାନନ୍ଦ ସାହୁ,ମନୋଜ କୁମାର ପୋଥାଳ,ସଞ୍ଜୟ ନାୟକ, ରବିନ୍ ଦାସ ,ନିରଞ୍ଜନ ଗୁରୁ,ସଂଘ ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିବା ସହ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ସାମ୍ବାଦିକ ବିଶ୍ୱଜିତ୍ ସାହୁ ଙ୍କ ବିୟୋଗ ରେ ଶୋକ ସଭା
