କେନ୍ଦ୍ରାପଡ଼ା ୧୧/୦୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ବିଜେଡି ଉପସଭାପତି ତଥା ପୂର୍ବତନ ଜିଲା ଓକିଲ ସଂଘ ସଭାପତି ଦେବଦାସ ମହାନ୍ତିଙ୍କ ୬୪ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି । ସେ କିଛିଦିନ ହେବ ସେଠାରେ ଚିକିତ୍ସାଧୀନ ଥିବା ବେଳେ ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ଜଣେ ଦକ୍ଷ ଆଇନଜୀବୀ ଓ ରାଜନେତା ଭାବେ ସୁନାମ ଅର୍ଜ୍ଜନ କରିଥିଲେ । ପୌରପରିଷଦକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏତଦଭିନ୍ନ ସେ ଜଣେ ମେଳାପି ଓ ସ୍ନେହୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କ ମର ଶରୀର ଆଜି ରାତିରେ ଜନ୍ମସ୍ଥାନ ମାଧପୁରରେ ପହଂଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶେଷଦର୍ଶନ କରିଥିଲେ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ବିଧାୟକ ଧ୍ରୁବ ସାହୁ, ଜିଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କିଶୋର ଚନ୍ଦ୍ର ତରାଇ, ସିପ୍ରା ମଲିକ, ଜିଲା ଓକିଲ ସଂଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ଭୀମସେନ ଭୂୟାଁ, ଧୃବ ଜେନା, ସରୋଜରାଜ ସିଂହ, ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ,ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ରଞ୍ଜିତ ସାହୁ, ସୌମେନ୍ଦ୍ର ପୃଷ୍ଟି, ପ୍ରଦୀପ୍ତ ମହାନ୍ତି, ସରୋଜ ସାହୁ, ଇଂ ଅଜୟ ବେହେରା, ସାମ୍ବାଦିକ ପରେଶ ଦାସ, ରାଜେଶ ପଣ୍ଡା, ହିରଣ୍ୟ ପଣ୍ଡା, କାଉନସିଲର ରଶ୍ମିତା ସିଂହ, ପ୍ରଶାନ୍ତ ସିଂହ, ସେକ ଇନାୟତ, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ପ୍ରତାପ ଦାସ, ବିଜୟ ପତି ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆସନ୍ତା କାଲି ତାଙ୍କ ମର ଶରୀରକୁ ଜିଲା ଓକିଲ ସଂଘ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଓ ୟୁନିଅନ କ୍ଲବକୁ ନିଆଯିବା ପରେ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୁତ୍ରରୁ ଜଣାପଡିଛି ।
Related Posts
ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ଦେ’ ଙ୍କ ପରୋଲୋକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗଭୀର ଶୋକ ପ୍ରକାଶ
ଭୁବନେଶ୍ୱର, ୧୮/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ଦେ’ ଙ୍କ ପରୋଲୋକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ…
ବିଶ୍ୱ ଅଙ୍ଗଦାନ ଦିବସ-୨୦୨୫ – – ୨୪ଙ୍କୁ ସୂରଜ ସମ୍ମାନ ପ୍ରଦାନ
ମୃତୁ୍ୟ ପରେ ଅଙ୍ଗ ଦାନ କରି ଜୀବନ ବଂଚାଇବା ଶ୍ରେଷ୍ଠ ମହାନୀୟତା’ ଭୁବନେଶ୍ୱର,୧୪/୦୮/୨୦୨୫ (ଓଡ଼ିଶା ସମାଚାର)- ଅଙ୍ଗଦାନ ଠାରୁ ମହତ କାର୍ଯ୍ୟ କିଛି ନାହିଁ । ଅଙ୍ଗ…
ନାମାଙ୍କନ ପତ୍ର ଦାଖଲ ଜନିତ ସୁକ୍ଷ୍ମାନୁଭବିକରଣ ନିମନ୍ତେ ଜିଲା ନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ।
ଯାଜପୁର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଏବଂ ୮-ଯାଜପୁର…
