କେନ୍ଦ୍ରାପଡ଼ା ୧୧/୦୧/୨୦୨୪ (ଓଡ଼ିଶା ସମାଚାର)-ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ଦେବୀଙ୍କୁ କେନ୍ଦ୍ରାପଡାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତାଙ୍କର ବୁଧବାର ଦିନ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଥିଲା । ତାଙ୍କ ପୁତ୍ର ମନ୍ତ୍ରୀ ପ୍ରତାପ ଦେବ ଶେଷକୃତ୍ୟ ସମ୍ପନ୍ନ କରିବା ନିମନ୍ତେ ଆଜି ଆଳି ଆଣୁଥିବା ବେଳେ କେନ୍ଦ୍ରାପଡା ସହରସ୍ଥ ତିନିମୁହାଣି ଛକ ନିକଟରେ ହଜାର ହଜାର ବୁଦ୍ଧିଜୀବୀ ଓ ରାଜନେତା ଓ କର୍ମୀମାନେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଜିଲା ବିଜେଡି ସଭାପତି ଉତ୍କଳ ପରିଡା, ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସିପିଆଇ(ଏମ) ଜିଲା ସମ୍ପାଦକ ଗୟାଧର ଧଳ, ରଞ୍ଜିତ ସାହୁ, ଛାତ୍ର ସଭାପତି ପ୍ରଦିପ ସାହୁ, ଦୁଷ୍ମନ୍ତ ମଲିକ, ବିଜୟ ପତି, ଯଯାତି ମହାନ୍ତି, ସେକ ଇନାୟତ, କାଳି ପ୍ରସାଦ ମିଶ୍ର ପ୍ରମୁଖ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।
Related Posts
ସମାଜ ସେବୀ ବାସୁଦେବ ମହାପାତ୍ରଙ୍କ ତ୍ରୟୋଦଶ ତମ ଶ୍ରାଦ୍ଧ ଉତ୍ସବ ପାଳିତ
ବାଲିଚନ୍ଦ୍ରପୁର,୨୩/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଣକା ପଂଚାୟତ ଅଧିନସ୍ତ ଖଡିଅଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ କଂଗ୍ରେସ…
ଜୟଦେବ ସମାରୋହର ତୃତୀୟ ସନ୍ଧ୍ୟା : ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଓ ବଂଶୀ ବାଦନରେ ଦର୍ଶକ ବିଭୋର
ଭୁବନେଶ୍ୱର,୧୯/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ ଜୟଦେବ ସମାରୋହ-୨୦୨୬ର ତୃତୀୟ ଦିନର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ବହୁ ଆଡ଼ମ୍ବର ସହକାରେ…
ଓୟୁଜେ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
କୋରାପୁଟ ୨୯/୦୫/୨୦୨୫ (ଓଡିଶା ସମାଚାର ) -ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲାପାଳ ଭି…
