ଜିଲ୍ଲା ସ୍ତରୀୟ ବିକାଶ ମେଳାର ଚତୁର୍ଥ ଦିବସ

ଜଗତସିଂହପୁର, ୧୫/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ଜିଲ୍ଲା ସ୍ତରୀୟ ବିକାଶ ମେଳାର ଚତୁର୍ଥ ସନ୍ଧ୍ୟାରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ,ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଓ ଏଲ୍. ଡି. ଏମ୍ ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଥିଲା। ସଭାରେ ଅଧ୍ୟକ୍ଷତା କରି ସହକାରୀ ନିର୍ଦେଶକ ଶ୍ରୀ ଅନିଲ କୁମାର ସେଠୀ ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରି ହିତାଧୀକାରୀ ମାନଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ସଚେତନତାର ଆବଶ୍ୟକ ରହିଛି ବୋଲି କହିବା ସହ ସରକାର ପକ୍ଷରୁ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ।

ସହକାରୀ ନିର୍ଦେଶକ ମୂର୍ତ୍ତିକା ସଂରକ୍ଷଣ ଶ୍ରୀ ଦିପ୍ତି ରଞ୍ଜନ ମୂର୍ତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ସଂପର୍କ ରେ ଆଲୋକପାତ କରିଥିଲେ। ସଭାରେ ଉପସ୍ଥିତ ରହି ଏଲ୍ ଡି ଏମ୍ ଶ୍ରୀ   ଅନିଲ କୁମାର ପ୍ରଧାନ ବ୍ୟାଙ୍କିଙ୍ଗ ଦ୍ଵାରା ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ରୁଣ ବିଷୟରେ ଆଲୋକପାତ କରିଥିଲେ ।

ନିର୍ଦେଶକ RSETI ଶ୍ରୀ ଶେଷଦେବ ଭୋଇ ଓ  ମହୁଚାଷର ରିସୋର୍ସ ପର୍ସନ ଶ୍ରୀ ଅଶୋକ କୁମାର ଷଡଙ୍ଗୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଉଦ୍ୟାନ କୃଷି  ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗର ହିତାଧୀକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା।  ଉଦ୍ୟାନ କୃଷି ବିଭାଗର ଶ୍ରୀ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *