ଶ୍ରୀରାମ ସେବକ ସଂଘ ତରଫରୁ ଅଖଣ୍ଡ ରାମ ଚରିତ ମାନସ ପାରାୟଣ

ନିରାକାରପୁର, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ଭାରତର ଘରେ ଘରେ ଉତ୍ସବ ମୁଖର ହୋଇଥିବାବେଳେ ଖୋରଧା ଜିଲ୍ଲା ନିରାକାରପୁର ରାମ ମନ୍ଦିର ପରିସରରେ ଶ୍ରୀରାମ ସେବକ ସଂଘ ତରଫରୁ ଅଖଣ୍ଡ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳୁ ଭକ୍ତମାନେ ରାମ ଚରିତ ମାନସ ପାଠ ଜାରି ରଖିଛନ୍ତି। ଏହା ଆସନ୍ତା ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଯଜ୍ଞ, ଦୀପ ଦାନ ଓ ପ୍ରସାଦ ସେବନରେ ରାମ ମନ୍ଦିର ଏକ ପ୍ରକାର ଉତ୍ସବ ମୁଖର ହୋଇଉଠିଛି। ଏହି କାର୍ଯ୍ୟକ୍ରମରେ ରାଜେଶ ପ୍ରତିହାରୀ, ନିରାକାର ପ୍ରଧାନ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଅମରେନ୍ଦ୍ର ବଡ଼ପଣ୍ଡା, ମହେଶ୍ୱର ସ୍ବାଇଁ, ଟୁଲୁ ରଣବୀର ଓ ରାମ ମନ୍ଦିର ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *