କେନ୍ଦ୍ରାପଡ଼ା, ୧୪/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବରିଷ୍ଠ ବିଜେପି ସଂଖ୍ୟାଲଘୁ ନେତା ମହମ୍ମଦ ସଲିମ ଖାନଙ୍କ ମା’ ସୁରମନ ବିବି(୭୦)ଙ୍କର ପୌରାଂଚଳ ଅନ୍ତର୍ଗତ ଫକିରାବାଦସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ସମାଜସେବୀ ଭାବେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଜନାଜା ନମାଜ ପାଠରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ତାଙ୍କୁ ମେହେମୁଦାବାଦ କବରସ୍ଥାନରେ ସମାଧି ଦିଆଯାଇଛି । ଶେଷକୃତ୍ୟରେ ଜ୍ୟେଷ୍ଠପୁତ୍ର ମହମ୍ମଦ ସଲିମ ଖାନ, ମଝିଆ ପୁଅ ହଲିମ୍ ଖାନ, ସାନପୁଅ କଲିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।
ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବିଜେପି ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ବିଜେପି ନେତା ଭାରତ ଭୂଷଣ ଦାସ, କପାଳେଶ୍ୱର ସରପଂଚ ପ୍ରତିନିଧି ଲୋହିତ କୁମାର ମହାନ୍ତି, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ପୂର୍ବତନ କାଉନସିଲର ସେକ ରହେମତ(ଶାନ), ସମାଜସେବୀ ବଦ୍ରୁଜଜମା(ମିଠୁ), ସେକ ନକିର, ବିଜେପି ସଂଖ୍ୟାଲଘୁ ସଭାପତି ସେକ ବୁରହାନ ଅଲ୍ଲୀ, ଅମଜାତ ଖାନ, ସମସେର ଖାନ, ଏନାମୁଲ ହକ, ଶିକ୍ଷକ ସେକ ମନସୁର, ମୁକ୍ତାର ଖାଁ, ମହମ୍ମଦ ନିଆଜ(ମତୁ), ମିର ଅମିର, ସେକ ନସରୁ, ମିର ସଲିମ, ମୀର ସଫିକଙ୍କ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ସୁରମାନ ବିବିଙ୍କ ଦେହାନ୍ତରେ ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରଶନ୍ନ ନାୟକ, ବିଧାୟକ ପ୍ରାର୍ଥୀ ଗିତାଞ୍ଜଳୀ ସେଠୀ, ସମାଜସେବୀ ରଞ୍ଜିତ କୁମାର ସାହୁ(ଧନୀ), ପୂର୍ବତନ ଜିଲା ସଭାପତି କିଶୋର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
