ବାଜି ରାଉତ କଲେଜ ରେ ନିଶା ମୁକ୍ତ ଭାରତ ଅଭିଯାନ Drug-Free India Campaign at Baji Rout College

ଭୁବନ,୧୩/୦୮/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ସରକାର ଙ୍କ ନିର୍ଦେଶ ମୁତାବକ ନିଶା ମୁକ୍ତ ଭାରତ ଅଭିଯାନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଇତିହାସ ବିଭାଗ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ, ପ୍ରଭାତ କୁମାର ଜେନା,ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହି ନିଜେ ନିଶାମୁକ୍ତ ହେବା ସହ ସାରା ଭାରତ ବର୍ଷକୁ ନିଶା ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ,ଛାତ୍ର ଛାତ୍ରୀ ମାନେ ଏଥିପାଇଁ ଶପଥ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *