କଟକ ସଦର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଳ ସଂପଦ ଵିଭାଗ ହାତରୁ ଗ୍ରାମ ଉନ୍ନୟନ (ଆର୍ ଡି) ବିଭାଗ ଅଧିନକୁ ଯାଇଥିବା ସିଦ୍ଧେଶ୍ୱରପୁର-ପାରାଵିଲ୍ ୩ ନମ୍ବର ସି କେନାଲ ବନ୍ଧ ରାସ୍ତାର ନବୀକରଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା ବେଳେ ଏଵେ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୩ କୋଟି ୯୪ ଲକ୍ଷ ୬୬ ହଜାର ମଂଜୁର କରିଥିବା ବେଳେ ଏଵେ ଏହି ପ୍ରକଳ୍ପ ଟେଣ୍ଡରକୁ ଯାଇଥିବା ଜଣାପଡିଛି। କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଆନ୍ତରିକ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ପାରାଵିଲ୍ ଗ୍ରାମ କମିଟି ସଭାପତି ଧରଣୀଧର ବେହେରା, କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ, ସାଧାରଣ ସଂପାଦକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ବାଡି, ରମେଶ ଚନ୍ଦ୍ର ସତପଥି ପ୍ରମୁଖ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ କେନାଲ ବନ୍ଧ ରାସ୍ତା ବାଲିକୁଦା ପର୍ଯ୍ୟନ୍ତ ହେବାକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହୋଇଥିବା ବେଳେ ପାରାଵିଲ୍ ଓ ଵାଦୁଡା ଗ୍ରାମ ରାସ୍ତା ଏଥିରେ ସଂଲଗ୍ନ ଥିବା ଜଣାପଡିଛି ।
Related Posts
ଓଡ଼ିଶାର ନାଟ୍ୟ ପରମ୍ପରା କାଳଜୟୀ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, ୧୯/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ…
ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ କାର୍ଯ୍ୟ ରେ କଟକଣା
ଜଗତସିଂହପୁର,୨୧/୦୩/୨୦୨୫ (ଓଡ଼ିଶା ସମାଚାର)- ବିଗତ ବର୍ଷ ମାନଙ୍କରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି, ଚଳିତ ବର୍ଷ ସମ୍ଭାବ୍ୟ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଏଡାଇ…
ଖୋଲା ବିଦୁ୍ୟତ ଟ୍ରାନ୍ସଫର୍ମର ଯୋଗୁଁ ବିପଦ
ବିଦୁ୍ୟତ ସଂସ୍ପର୍ଶରେ ଆସି ଛେଳି,ମେଣ୍ଢା ମୃତ କେନ୍ଦ୍ରାପଡ଼ା,୦୨/୧୨/୨୦୨୫(ଓଡ଼ିଶା ସମାଚାର)-ଖୋଲା ବିଦୁ୍ୟତ ଟ୍ରାନ୍ସଫର୍ମର ଯୋଗୁଁ ଜନବସତିରେ ବିପଦ ସୃଷ୍ଟି ହୋଇଛି । ବିଦୁ୍ୟତ ସଂସ୍ପର୍ଶରେ ଆସି ଛେଳି, ମେଣ୍ଢା…
