କଟକ ସଦର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଳ ସଂପଦ ଵିଭାଗ ହାତରୁ ଗ୍ରାମ ଉନ୍ନୟନ (ଆର୍ ଡି) ବିଭାଗ ଅଧିନକୁ ଯାଇଥିବା ସିଦ୍ଧେଶ୍ୱରପୁର-ପାରାଵିଲ୍ ୩ ନମ୍ବର ସି କେନାଲ ବନ୍ଧ ରାସ୍ତାର ନବୀକରଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା ବେଳେ ଏଵେ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୩ କୋଟି ୯୪ ଲକ୍ଷ ୬୬ ହଜାର ମଂଜୁର କରିଥିବା ବେଳେ ଏଵେ ଏହି ପ୍ରକଳ୍ପ ଟେଣ୍ଡରକୁ ଯାଇଥିବା ଜଣାପଡିଛି। କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଆନ୍ତରିକ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ପାରାଵିଲ୍ ଗ୍ରାମ କମିଟି ସଭାପତି ଧରଣୀଧର ବେହେରା, କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ, ସାଧାରଣ ସଂପାଦକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ବାଡି, ରମେଶ ଚନ୍ଦ୍ର ସତପଥି ପ୍ରମୁଖ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ କେନାଲ ବନ୍ଧ ରାସ୍ତା ବାଲିକୁଦା ପର୍ଯ୍ୟନ୍ତ ହେବାକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହୋଇଥିବା ବେଳେ ପାରାଵିଲ୍ ଓ ଵାଦୁଡା ଗ୍ରାମ ରାସ୍ତା ଏଥିରେ ସଂଲଗ୍ନ ଥିବା ଜଣାପଡିଛି ।
Related Posts
ତ୍ରିଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ଅନୁଷ୍ଠିତ
ରାଉରକେଲା, ୧୨/୧୨/୨୦୨୫ (ଓଡ଼ିଶା ସମାଚାର)- ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖା ର ରୈ।ପ୍ୟ ଜୟନ୍ତୀ ଉପଲକ୍ଷେ ତ୍ରିଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ସେକ୍ଟର ୭…
ଲକ୍ଷେଶ୍ୱର ୟୁଥ୍ କ୍ଲବର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ
କଟକ ୨୬/୦୩/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା ) ଫୁଲନଖରାସ୍ଥିତ ଲକ୍ଷେଶ୍ୱର ୟୁଥ୍ କ୍ଳବର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଦୁଇ ଦିନ ଧରି ମୁକ୍ତମଞ୍ଚ…
ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ
କେନ୍ଦ୍ରାପଡ଼ା, ୨୩/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ ଜିଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।…
