ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ ୨୯ ରେ

ରାଇରଂଗପୁର,୧୪/୦୨/୨୦୨୪ (ଓଡ଼ିଶା ସମାଚାର)- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ କାଳରେ ସେ ମୟୂରଭଂଜର ଖିଚିଂ ଠାରେ ଥିବା ପ୍ରସିଦ୍ଧ ମନ୍ଦିରରେ ମା’ କିଚକେଶ୍ବରୀଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୨୯ ତାରିଖ  ପୂର୍ବାହ୍ନ ୧୦ଟା ରୁ ୧୦ଟା ୪୦ ପର୍ଯ୍ୟନ୍ତ ଅଧଘଣ୍ଟା  କାଳ ଐତିହାସିକ ଖିଚିଂ ମନ୍ଦିର ପରିସରରେ ରହିବେ। ଖିଚିଂ ମନ୍ଦିର  ରେ ମହାମହିମ ରାଷ୍ଟ୍ରପତି  ଶ୍ରୀମତୀ ମୁର୍ମୁ ମା’ କିଚକେଶ୍ବରୀଙ୍କୁ ଦର୍ଶନ ଓ ଆରତୀ କରିବେ।

Leave a Reply

Your email address will not be published. Required fields are marked *