କେନ୍ଦ୍ରାପଡ଼ା, ୧୧/୦୮/୨୦୨୫(ଓଡ଼ିଶା ସମାଚାର)- ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାସ୍ଥିତ ଗୋମଙ୍ଗଳ ସମିତିରେ ପବିତ୍ର ଗହ୍ମା ପୂର୍ଣ୍ଣିମା (ବଳଭଦ୍ରଙ୍କ ଜନ୍ମ)ଅବସରରେ ବିଧି ଅନୁସାରେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସମିତିର ସଭାପତି ଫକୀର ଚରଣ ଖଟୁଆଙ୍କ ଉପସ୍ଥିତିରେ ସମ୍ପାଦକ ସୁଶୀଲ କୁମାର ସାମଲ, ସହସମ୍ପାଦକ ତରୁଣ ରଞ୍ଜନ ପ୍ରଧାନ, ବରିଷ୍ଠ ସଭ୍ୟ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର, ଭାରତୀ ସାହୁ, ଶାରଦା ପ୍ରସାଦ ସିଂହ(ରବିନ୍), ଶ୍ରୀନିବାସ ବରାଳ, ପ୍ରଶାନ୍ତ ପ୍ରଧାନ, ରାମନାରାୟଣ ପ୍ରଧାନ, ବିଶ୍ୱମୋହନ ଦାସ, ତତ୍୍ୱାବଧାରକ ଶ୍ରୀକାନ୍ତ ଗାଗରାଇ ପ୍ରମୂଖ ଗୋରୁ ଗାଈ ମାନଙ୍କୁ ଫୁଲ ଚନ୍ଦନ ଗୋପୂଜା କରିବା ସହ ରାକ୍ଷୀ ବାନ୍ଧିଥିଲେ । ଏହାପରେ ଫଳ ଓ ପିଠା ପ୍ରଭୃତି ଖାଦ୍ୟ ଦିଆଯାଇଥିଲା । ଶେଷରେ ଉପସ୍ଥିତ ସଭ୍ୟ ଓ ଭଦ୍ରବ୍ୟକ୍ତିଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।
