ବେସରକାରୀ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ

ଲକ୍ଷ୍ମୀପୁର,୨୩/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ସଂପୂର୍ଣ ଅନୁଦାନ ପ୍ରାପ୍ତ ନିମନ୍ତେ ରାଜ୍ୟ ଅଣଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଆନ୍ଦୋଳନର ଡାକରା ଦେଇଛି।୨୦୦୮ ମସିହାରୁ ୨୦୧୮ ମସିହା ମଧ୍ୟରେ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସରକାରଙ୍କ ଠାରୂ ସଂପୂର୍ଣ ଅନୁଦାନ ପ୍ରାପ୍ତ ନିମନ୍ତେ ଏହି କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏହି ଆନ୍ଦୋଳନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଯାଏଁ ଦାବିକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରିନି।ଏହି କ୍ଷେତ୍ର ରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ସମୁଖରେ ଅନୁଦାନ ଆମ ଅଧିକାର ଦାବି କରି କାର୍ୟ୍ୟରତ ୨୦ ଜଣ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ଧାରଣା ଦେଇଛନ୍ତି।ଫଳରେ ମହାବିଦ୍ୟାଳୟରେ ଶିକ୍ଷାଦାନ ଓ ବିଭିନ୍ନ ଅଫିସ କାର୍ୟ୍ୟରେ ଘୋର ବାଧା ସୃଷ୍ଟି ହୋଇଛି।ଅନେକ ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଶିକ୍ଷା ଦାନରୁ ବଞ୍ଚିତ ଅଛନ୍ତି।
ଆମର ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଥିବା ବେଳେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି।ଏନେଇ ରାଜ୍ୟ ସରକାର ଏମାନଙ୍କ ଦାବି କେବେ ପୂରଣ କରୁଛନ୍ତି ଏବେ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *