ନୂତନ ରାସନ କାର୍ଡ ଆବେଦନ କାରୀ ମାନଙ୍କ ଇ କେ ୱାଇ ସି ଯାଞ୍ଚ ଜରୁରୀ ଅଟେ

ଖୋର୍ଦ୍ଧା ୧୯/୦୪/୨୦୨୫ (ଓଡ଼ିଶା ସମାଚାର)- ସମସ୍ତ ନୂତନ ରାସନ କାର୍ଡ  ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି ଓ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଇ କେ ୱାଇ ସି ଯାଞ୍ଚ କରାଇବା ନିହାତି ଜରୁରୀ ଅଟେ । ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜଣାଇ ଦିଆଯାଉଛିଯେ କ୍ଷେତ୍ର ତର୍ଜମା ପରେ, ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଉଅଛି ।

ଏହି ନୂତନ କାର୍ଡ ପ୍ରସ୍ତୁତ କରିବା ସମୟରେ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଇ କେ ୱାଇ ସି ଯାଞ୍ଚ ନିହାତି ଜରୁରୀ ଅଟେ । ଏଣୁ ସମସ୍ତ ଆବେଦନକାରୀ ନିଜ ବ୍ଲକ ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକ ସଙ୍ଗେ ଯୋଗାଯୋଗ କରି ନିଜର ଇ କେ ୱାଇ ସି ଯାଞ୍ଚ କରାଇବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *