ଭୁବନ, ୦୯/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ ” କାପୁଡ଼ିଆ ସମାଜ” ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀଉ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ ବଳଦେବ ଜୀଉ ଙ୍କ ପୂଜାର୍ଚ୍ଚନା କରାଯାଇ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପୂର୍ବତନ ତଥା ବରିଷ୍ଠ କର୍ମକର୍ତ୍ତା ଓ ଯୁବକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଅପରାହ୍ନ ୨ ଘଟିକା ସମୟ ରେ ପ୍ରଭୁ ବଳଦେବ ଜୀଉ ଓ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିଭାନ ରେ ବସାଇ ବାଜା, ପାରମ୍ପରିକ ବାଦ୍ୟ, ଶିଙ୍ଗ ବାଜା,ଭାଙ୍ଗଡା ବାଜା,ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣ ରେ ସହର ପରିକ୍ରମା କରାଯାଇଥିଲା ।
କାପୁଡ଼ିଆ ସମାଜ ଭୁବନ, ସଭାପତି ରାମ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱ ,ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସ ଙ୍କ ତତ୍ତ୍ୱାବଧାନ ଓ ୨୦ ଜଣ ବେହେରା,୨୦ ଜଣ ପରିମାଣିକ ଏବଂ କାପୁଡିଆ ଯୁବକ ସଂଘ କର୍ମକର୍ତ୍ତା ମାନେ ଯାତ୍ରାର ନେତୃତ୍ୱ ନେଇଥିଲେ। ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ କାପୁଡିଆ ସମାଜ ବ୍ୟକ୍ତି ଯାତ୍ରାରେ ସାମିଲ ହୋଇ ଅନ୍ୟ ଜାତି/ସମ୍ପ୍ରଦାୟ ବ୍ୟକ୍ତି ଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ସୃଷ୍ଟି କରିଥିଲେ ।
